ଅମୃତସର : ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ପ୍ରଚାରକ ଅମୃତପାଲ ସିଂହଙ୍କ ଧରପଗଡ଼ ଭିତରେ ଯେଉଁ ଶିଖ୍ ଯୁବକ ଓ ଅମୃତପାଲଙ୍କ ସହଯୋଗୀମାନଙ୍କୁ ପୁଲିସ ଗରିଫ କରିଛି ସେମାନଙ୍କୁ ୨୪ ଘଣ୍ଟା ଭିତରେ ଖଲାସ କରିବାକୁ ଶିଖ୍ ସଂଗଠନ ଅକଲ ତଖତର ଜାଠେଦାର (ମୁଖ୍ୟ) ଜ୍ଞାନୀ ହରପ୍ରୀତ ସିଂହ ସୋମବାର ପଞ୍ଜାବ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି। ଜାଠେଦାର ମଧ୍ୟ କିଛି ‌ଶିଖ୍‌ଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ଲାଗୁ କରାଯିବାକୁ ତୀବ୍ର ନିନ୍ଦା କରିଛନ୍ତି।

Advertisment

ଏହାପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଥିଲେ ଯେ ଗିରଫ ଶିଖ୍ ଯୁବକମାନଙ୍କ ମଧ୍ୟରୁ ଯେଉଁମାନେ କୌଣସି ଦେଶବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବାର ପ୍ରମାଣ ମିଳିନାହିଁ, ସେମାନଙ୍କୁ ଖଲାସ କରିଦେବାକୁ ସେ ପୁଲିସ ମହାନିର୍ଦ୍ଦେଶକଙ୍କୁ କହିଛନ୍ତି।