ଚଣ୍ଡିଗଡ଼ : ପୁଲିସ ଉପରେ ଆକ୍ରମଣ କଲେ ନିହଙ୍ଗ ଶିଖ, ୧୩ ପୁଲିସ କର୍ମୀ ଆହତ

ଚଣ୍ଡିଗଡ଼ : ପଞ୍ଜାବର ମୋହାଲିରେ ଗିରଫ ଶିଖ୍ କଏଦୀଙ୍କୁ ମୁକ୍ତ କରିବା ଦାବିରେ ଆନ୍ଦୋଳନ ବୁଧବାର ହିଂସାତ୍ମକ ରୂପ ନେଇଛି । ଉଗ୍ର ନିହଙ୍ଗ ଶିଖମାନେ ପୁଲିସ ଉପରେ ଆକ୍ରମଣ କରିବାରୁ ୧୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ।  ଚଣ୍ଡିଗଡ଼ରେ ପ୍ରବେଶ କୁ ନେଇ ପୁଲିସ ସହ ସେମାନଙ୍କ ର ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ପ୍ରବଳ ପଥର ମାଡ଼ ହୋଇଥିଲା। ବିକ୍ଷୋଭକାରୀମାନେ ଖଣ୍ଡା ବାହାର କରିଥିଲେ। ଏହା ଦେଖି ପୁଲିସ ଲାଠିଚାର୍ଜ କରିଥିଲା ।

ଏଥିରେ ଉତ୍ତ୍ୟକ୍ତ ହୋଇ ବିକ୍ଷୋଭକାରୀମାନେ ଚଣ୍ଡିଗଡ଼ ଓ ପଞ୍ଜାବ ପୁଲିସର ଗାଡ଼ି ଭଙ୍ଗାରୁଜା କରିଥିଲେ। ବିକ୍ଷୋଭକାରୀମାନେ ଏତେ କ୍ରୋଧିତ ହୋଇଥିଲେ ଯେ ସେମାନେ ଖଣ୍ଡା ଓ ଲାଠିରେ ପୁଲିସକୁ ଘଉଡାଇ ଦେଇଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ପୁଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ ।

ପରିସ୍ଥିତି ବିଗିଡିବା ଦେଖି ପୁଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ହିଂସାତ୍ମକ ବିକ୍ଷୋଭ ପରେ କିଛି ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଥିବା ବେଳେ ଚଣ୍ଡିଗଡ଼ରେ ୧୪୪ ଧାରା ଜାରି କରାଯାଇଛି। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୪ ଜଣ ମହିଳା ପୁଲିସ କର୍ମଚାରୀଙ୍କ ସମେତ ୧୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୁଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଚଣ୍ଡିଗଡ଼ର ସେକ୍ଟର ୧୬ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧିତ ଖବର