କରୋନାଭାଇରସ୍‌ ପାଇଁ ସତର୍କତା: ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କଲା ସିକିମ

ଦାର୍ଜିଲିଂ: କରୋନାଭାଇରସ୍‌ ସଂକ୍ରମଣ ଆଶଙ୍କା ଥିବାରୁ ବିଦେଶୀ ନାଗରିକମାନଙ୍କ ପ୍ରବେଶ ଉପରେ ସିକିମ ନିଷେଧାଦେଶ ଜାରି କରିଛି। ତେଣୁ ବୁକିଂ କ୍ୟାନ୍‌ସଲ୍‌ ହୋଇଯିବା ଆଶଙ୍କାରେ ଦାର୍ଜିଲିଂର ‘ଟ୍ରାଭେଲ୍‌ ଟୁର୍‌ ଅପରେଟର୍‌’ ଏବଂ ହୋଟେଲ୍‌ ମାଲିକମାନେ ଆତଙ୍କିତ ହୋଇଯାଇଛନ୍ତି।

ଏହାଛଡ଼ା ଚୀନ୍‌ ସୀମାକୁ ଲାଗିଥିବା ‘ନାଥୁ ଲା’ ବୁଲିଯିବା ନିମନ୍ତେ ଅନୁମତି ଦେବାକୁ ମଧ୍ୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

‘କ୍ଲବ୍‌ ସାଇଡ୍‌ ଟୁର୍‌ସ୍‌ ଆଣ୍ଡ୍‌ ଟ୍ରାଭେଲ୍‌’ର ମାଲିକ ଅମିତ ପେରିଓ୍ଵାଲ୍‌ କହନ୍ତି ଯେ ଦାର୍ଜିଲିଂ ଏବଂ ସିକିମ୍‌ ହେଉଛି ଦୁଇଟି ଅବିଚ୍ଛେଦ୍ୟ ପର୍ଯ୍ୟଟନସ୍ଥଳୀ। ଦରିଆପାରି ପର୍ଯ୍ୟଟକମାନେ ସାଧାରଣତଃ ସାଢ଼େ ୪ଦିନ ସିକିମ୍‌ରେ ବୁଲାବୁଲି କରନ୍ତି ଏବଂ ଅଢ଼େଇ ଦିନ ଦାର୍ଜିଲିଂରେ କଟାନ୍ତି। ଏବେ ସେମାନେ ସିକିମ୍‌ ଭ୍ରମଣରେ ଯାଇ ପାରିବେ ନାହିଁ। ତେଣୁ ସେମାନେ ଦାର୍ଜିଲିଂ ଭ୍ରମଣ ମଧ୍ୟ ବାତିଲ କରିବାର ଆଶଙ୍କା ରହିଛି।

Image Source: Navabharat Times

ମିଳିଥିବା ତଥ୍ୟ ଅନୁସାରେ, ଦାର୍ଜିଲିଂକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ ୮% ହେଉଛନ୍ତି ବିଦେଶୀ ନାଗରିକ। ସେମାନଙ୍କ ମଧ୍ୟରେ ଅଛନ୍ତି ଆମେରିକୀୟ ଏବଂ ୟୁରୋପୀୟ। ଏହାଛଡ଼ା ଜାପାନ ଓ ଚୀନ୍‌ର ବହୁସଂଖ୍ୟକ ନାଗରିକ ସିକିମ ପର୍ଯ୍ୟଟନରେ ଆସନ୍ତି।

ନିଷିଦ୍ଧାଦେଶ ସମ୍ପର୍କରେ ସ୍ପଷ୍ଟିକରଣ ଦେଇ ଗୁରୁବାର ଦିନ ସିକିମ୍‌ର ଗୃହ ବିଭାଗ କହିଛି ଯେ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେଲେ ବି ସ୍ୱାସ୍ଥ୍ୟ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ।

ସମ୍ବନ୍ଧିତ ଖବର