ଗ୍ୟାଙ୍ଗ୍ଟକ୍: ୨୦୨୨ ଜାନୁଆରି ୧ରୁ ରାଜ୍ୟରେ ‘ପ୍ୟାକେଜ୍ଡ୍ ମିନେରାଲ୍ ୱାଟର୍’ ନିଷେଧ କରାଯିବ ବୋଲି ଶନିବର ଦିନ ସିକିମ୍ର ମୁଖ୍ୟମନ୍ତ୍ରୀ ପିଏସ୍ ତମାଙ୍ଗ୍ ଘୋଷଣା କରିଛନ୍ତି। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ହିମାଳୟ ରାଜ୍ୟ ସିକିମ ସଜ ଓ ଉତ୍ତମ ମାନର ପାନୀୟ ଜଳ ଯୋଗାଇ ଥାଏ।
ଗାନ୍ଧୀ ଜୟନ୍ତୀ ଅବସରରେ ଉଦ୍ବୋଧନ ଦେଇ ତମାଙ୍ଗ୍ ଆହୁରି ମଧ୍ୟ କହିଛନ୍ତି ଯେ, ନିଷେଧାଦେଶ ଲାଗୁ ହେବା ପରେ, ଆମ୍ଭେ ପ୍ରାକୃତିକ ଉତ୍ସରୁ ଜଳ ସଂଗ୍ରହ କରିବୁ। ତାହା ପ୍ଲାଷ୍ଟିକ୍ ବୋତଲରେ ମିଳୁଥିବା ପାଣି ଠାରୁ ଢେର୍ ଭଲ।
ସେ କହିଲେ, ଏବେ ସିକିମରେ ସମସ୍ତେ ଖନିଜ ଲବଣ ପାଣି ବୋତଲ ବର୍ଜନ କରିବେ ଏବଂ ବିକଳ୍ପ ଭାବେ ପ୍ରାକୃତିକ ଉତ୍ସରୁ ଜଳ ସଂଗ୍ରହ କରିବେ। ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ଗଚ୍ଛିତ ଥିବା ‘ଖନିଜ ଲବଣଯୁକ୍ତ ପାଣି ବୋତଲ’ଗୁଡ଼ିକୁ ଶେଷ କରିବା ଲାଗି ୩ ମାସ ସମୟ ଦିଆଯାଉଛି।
Image Courtesy of Deccan Heraldଗାନ୍ଧୀ ଜୟନ୍ତୀ ଅବସରରେ ଏକ ସଫେଇ ଅଭିଯାନରେ ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କ ସାଙ୍ଗରେ ଥିବା ତମାଙ୍ଗ୍ କହିଲେ ଯେ, ବାହାରୁ ଯୋଗାଣ ହେଉଥିବା ‘ପ୍ୟାକେଜ୍ଡ୍ ଡ୍ରିଙ୍କିଙ୍ଗ୍ ୱାଟର୍’ ବନ୍ଦ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।
ପ୍ରାକୃତିକ ଜଳ ସମ୍ପଦରେ ସିକିମ ସମୃଦ୍ଧ ହୋଇଥିବାରୁ ପରିବେଶ ଅନୁକୂଳ ଉପକ୍ରମଦ୍ବାରା ରାଜ୍ୟରେ ଜଳର ଚାହିଦା ମେଣ୍ଟାଇ ହେବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଉତ୍ତର ସିକିମ୍ ଅନ୍ତର୍ଗତ ଲାଚେନ୍ ଭଳି ଜନପ୍ରିୟ ପର୍ଯ୍ୟଟନସ୍ଥଳୀରେ ‘‘ପ୍ୟାକେଜ୍ଡ୍ ୱାଟର୍ ବଟଲ୍’ ପୂର୍ବରୁ ନିଷିଦ୍ଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/mineral-water.jpg)