ଉତ୍ତରକାଶୀ: ଉଦ୍ଧାର ଅଭିଯାନ ପ୍ରାୟ ‌ଶେଷ ପର୍ଯ୍ୟାୟରେ ପହଞ୍ଚି ଗଲାଣି, ଘଣ୍ଟାଏ କି, ଦୁଇଘଣ୍ଟା ମଧ୍ୟରେ ଫଳାଫଳ ମିଳିଯିବ ବୋଲି ଆଶା କରୁଛିଥିବା କଥା ଉଦ୍ଧାରକାରୀ ଦଳର ଅନ୍ୟତମ ସଦସ୍ୟ ଗିରୀଶ ସିଂହ ରାୱାତ୍‌ ‘ନିଉଜ୍‌ ଏଜେନ୍‌ସି ଏଏନ୍‌ଆଇ’କୁ ଆଜି ପ୍ରତ୍ୟୁଷରେ କହିଛନ୍ତି।

Advertisment

ସେ କହିଛନ୍ତି, ଶ୍ରମିକମାନଙ୍କୁ ବାହାରକୁ ଆଣିବା ଲାଗି ପାଇପ୍‌ଲାଇନ୍‌ ଭର୍ତ୍ତି କରାଯାଉଛି। ଭଗ୍ନସ୍ତୂପ ମଧ୍ୟକୁ ପ୍ରବେଶ କରାଯାଇଥିବା ଇସ୍ପାତ ପାଇପ୍‌ଗୁଡ଼ିକୁ କାଟି ବାହାର କରି ଦିଆଯାଇଛି।

ଆଜି ସକାଳ ପ୍ରାୟ ୮.୩୦ ବେଳକୁ ଉଦ୍ଧାରକାରୀମାନେ ଟନେଲ୍‌ ମଧ୍ୟରେ ଫସି ରହିଥିବା ଶ୍ରମିକମାନଙ୍କ ନିକଟରେ ପହଞ୍ଚି ଯିବେ ବୋଲି ‘ଏନ୍‌ଡିଆର୍‌ଏଫ୍‌’ ଉଦ୍ଧାରକାରୀ ଦଳ ଆଜି ସକାଳେ କହିଛି।

publive-image Image Courtesy of Times of India

ସଂଗୃହୀତ ସୂଚନା ଅନୁସାରେ, ଟନେଲ୍‌ରୁ ବାହାରିବା ପରେ ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ଲାଗି ଛାତି ବିଶେଷଜ୍ଞଙ୍କ ସମେତ ୧୫ଜଣ ଡାକ୍ତର ଚିନ୍‌ୟାଲିସୌର୍‌ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ଅଛନ୍ତି। ଏହାଛଡ଼ା, ୪୧ଟି ହସ୍ପିଟାଲ୍‌ ବେଡ୍‌, ୩୦ଟି ଆମ୍ବୁଲାନ୍‌ସ୍‌ ଓ ଯଥେଷ୍ଟସଂଖ୍ୟକ ଅକ୍ସିଜେନ୍‌ ସିଲିଣ୍ଡର୍‌ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି।

ଏହାଛଡ଼ା, ଜରୁରୀ ପରିସ୍ଥିତି ଲାଗି ଘଟଣାସ୍ଥଳରେ ଗୋଟାଏ ହେଲିକପ୍ଟର୍‌ ମଧ୍ୟ ରଖାଯାଇଛି।

publive-image Image Courtesy of NDTV

ସଦ୍ୟତମ ସୂଚନା ଅନୁସାରେ, ଉତ୍ତରକାଶୀ ଡି. ଏମ୍‌. ଅଭିଷେକ ରୁହେଲା ମଧ୍ୟ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ, ପ୍ରବେଶ ପଥରେ ବାଧା ପାଇବାରୁ ୮୦୦ ମିଲିମିଟର୍‌ବିଶିଷ୍ଟ ଇସ୍ପାତ ପାଇପ୍‌ଟି ବଙ୍କା ହୋଇଯିବାରୁ ଶନିବାର ରାତିରେ ଉଦ୍ଧାର ଅଭିଯାନ ସାମୟିକ ଭାବେ ବନ୍ଦ ରହିଥିଲା। ତାହାକୁ ସିଧା କରିବା ଲାଗି ଦିଲ୍ଲୀରୁ ବିଶେଷଜ୍ଞମାନଙ୍କୁ ଡକାଯାଇଥିଲା। ସେମାନେ ଆଜି ସକାଳେ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି।