ନୂଆଦିଲ୍ଲୀ : ସ୍ମାର୍ଟଫୋନ ଦୁନିଆରେ ୨୦୨୫ ଏକ ବଡ ପରିବର୍ତ୍ତନ ଆଣିଛି । ବିଶେଷ କରି ବ୍ୟାଟେରୀ କ୍ଷେତ୍ରରେ। ବର୍ତ୍ତମାନ ପାରମ୍ପରିକ ଲିଥିୟମ୍-ଆୟନ ବ୍ୟାଟେରୀର ଯୁଗ ଶେଷ ହେବାକୁ ଯାଉଛି ଏବଂ ଏହାର ସ୍ଥାନରେ ନୂତନ ସିଲିକନ୍-କାର୍ବନ (ଏସ୍ଆଇସି) ବ୍ୟାଟେରୀ ଲଗାଯିବ। ଏହି ବ୍ୟାଟେରୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ବହୁତ ବଡ ନୁହେଁ ବରଂ ଏହା ଅଧିକ ଶକ୍ତିଶାଳୀ ଅଟେ । ଏହା ସାଧାରଣ ବ୍ୟାଟେରୀ ତୁଳନାରେ ୧୨.୮% ଅଧିକ କ୍ଷମତା ଦେଇଥାଏ । ଆସନ୍ତୁ ଜାଣିବା ସେହି ସ୍ମାର୍ଟଫୋନ ବିଷୟରେ ।
ସିଲିକନ୍-କାର୍ବନ ଏକ ନୂତନ ପ୍ରକାରର ବ୍ୟାଟେରୀ ଯାହା ପାରମ୍ପରିକ ଲିଥିୟମ ଆୟନ ପରିବର୍ତ୍ତେ ସିଲିକନ୍ ଏବଂ କାର୍ବନ ବ୍ୟବହାର କରେ | ଏହି ବ୍ୟାଟେରୀ କୁ ଲଗାଇବା ଦ୍ୱାରା ଫୋନରେ ଅଧିକ ସ୍ପେସ୍ କିମ୍ବା ଅଧିକ ପାୱାର ମିଳିବ ।
ସିଲିକନ୍-କାର୍ବନ ଏକ ନୂତନ ପ୍ରକାରର ବ୍ୟାଟେରୀ ଯାହା ପାରମ୍ପରିକ ଲିଥିୟମ ଆୟନ ପରିବର୍ତ୍ତେ ସିଲିକନ୍ ଏବଂ କାର୍ବନ ବ୍ୟବହାର କରେ | ଏହି ବ୍ୟାଟେରୀ କୁ ଲଗାଇବା ଦ୍ୱାରା ଫୋନରେ ଅଧିକ ସ୍ପେସ୍ କିମ୍ବା ଅଧିକ ପାୱାର ମିଳିବ । ସରଳ ଭାଷାରେ କହିବାକୁ ଗଲେ ପାରମ୍ପରିକ ବ୍ୟାଟେରୀ ତୁଳନାରେ ଆପଣଙ୍କୁ ୧୨.୮ ପ୍ରତିଶତ ଅତିରିକ୍ତ ଶକ୍ତି ମିଳିବ । ଯଦି କୌଣସି ଫୋନରେ ୪୦୦୦ ଏମଏଏଚ ଲି-ଆୟନ ବ୍ୟାଟେରୀ ଥାଏ ଏବଂ ଏହାକୁ ସିଲିକନ-କାର୍ବନ କାର୍ବନ ବ୍ୟାଟେରୀ ରେ ପରିବର୍ତ୍ତିତ କରାଯାଏ ତେବେ ସମୁଦାୟ ପାୱାର ୪୫୧୨ ଏମଏଏଚ ହେବ । ଏବେ ପୋକୋ ଏକ୍ସ୭ ପ୍ରୋ, ଓ୍ବାନପ୍ଲସ ୧୩ ସିରିଜ, ଭିଭୋ ଏକ୍ସ୨୦୦ ସିରିଜ ସ୍ମାର୍ଟଫୋନରେ ଏହି ଧରଣର ବ୍ୟାଟେରି ଆସୁଛି ।