ହବ୍ ଓ ସ୍ପୋକ୍ ମଡେଲ୍‌: ୨୪୯ଟି ସ୍ଥାନରେ ୧୧୧.୧୨୫ ଏଲ୍‌ଏମ୍‌ଟି କ୍ଷମତା ସମ୍ପନ୍ନ ସାଇଲୋ

ନୂଆଦିଲ୍ଲୀ : ସାରା ଦେଶରେ ଗହମ ଭଣ୍ଡାରଘର (ସାଇଲୋ)ଗୁଡିକର ବିକାଶ ନିମନ୍ତେ ତିଆରି ହୋଇଥିବା ହବ୍ ଆଣ୍ଡ୍‌ ସ୍ପୋକ୍ ମଡେଲ୍ ଅନୁସାରେ ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ ସାରା ଦେଶରେ ୨୪୯ଟି ସ୍ଥାନରେ ୧୧୧.୧୨୫ ଏଲ୍‌ଏମ୍‌ଟି କ୍ଷମତାବିଶିଷ୍ଟ ଭଣ୍ଡାରଘର ବିକଶିତ କରିବା ନିମନ୍ତେ ପ୍ରସ୍ତାବ ଦେଇଛି। ଖାଦ୍ୟ ଶସ୍ୟକୁ ଗଚ୍ଛିତ କରି ରଖିବା ବ୍ୟବସ୍ଥାର ଆଧୁନିକୀକରଣ ନିମନ୍ତେ ସରକାରୀ-ଘରୋଇ ଭାଗୀଦାରି (ପିପିପି) ଢାଂଚାରେ କାର୍ଯ୍ୟାନ୍ୱୟନ ପାଇଁ ଏହି ମଡେଲ୍‌ର ପ୍ରସ୍ତାବ ଦିଆଯାଇଛି।

ଆଜି ପର୍ଯ୍ୟନ୍ତ ପଂଜାବ ରାଜ୍ୟର ୨୬ଟି ସ୍ଥାନରେ ଭଣ୍ଡାରଘର ନିମନ୍ତେ ଜମିର ଉପଲବ୍ଧତାକୁ ସୁନିଶ୍ଚିତ କରିଛି। ରାଜ୍ୟ ସରକାରଙ୍କ ଭୂମି ବ୍ୟାଙ୍କ ତଥ୍ୟ, ସମ୍ବନ୍ଧିତ ପଟ୍ଟା ନୀତି ଏବଂ ଭୂମି ନିମନ୍ତେ ଆବେଦନର ପ୍ରକ୍ରିୟା ଇତ୍ୟାଦି ସମ୍ପୃକ୍ତ ୱେବ୍ ସାଇଟ୍‌ରେ ଦେଖାଯାଇ ପାରିବ। ରାଜ୍ୟ ସରକାର ଏଥି ସହିତ ମଧ୍ୟ ଆଶ୍ୱାସନା ପ୍ରଦାନ କରିଛନ୍ତି ଯେ, ଯଦି ଭୂମି ବ୍ୟାଙ୍କ ତଥ୍ୟ ରିହାତି ଗ୍ରହୀତାମାନଙ୍କର ଆବଶ୍ୟକତା ପୂରଣ କରିବ ନାହିଁ, ତା’ହେଲେ ଅନ୍ୟ ସ୍ଥାନରେ ଭୂମି ଚିହ୍ନଟ କରାଯିବ।

ଉତ୍ତରପ୍ରଦେଶର ୨ଟି ସ୍ଥାନ, ଗୁଜରାଟର ଗୋଟିଏ ଏବଂ ମଧ୍ୟପ୍ରଦେଶର ଚାରିଟି ସ୍ଥାନକୁ ଭଣ୍ଡାରଘର ପାଇଁ ଚିହ୍ନଟ କରାଯାଇଛି। ହବ୍ ଏବଂ ସ୍ପୋକ୍ ମଡେଲ୍ ଏକ ପରିବହନ ପ୍ରଣାଳୀ, ଯାହା ଦୀର୍ଘ ଦୂରତା ପର୍ଯ୍ୟନ୍ତ ପରିବହନ ନିମନ୍ତେ ସାହାଯ୍ୟ କରିଥାଏ। ହବ୍‌ରେ ଏକ ସମର୍ପିତ ରେଲ୍‌ୱେ ସାଇକ୍ଲିଂ କଂଟେନର ଡିପୋ ସୁବିଧା ରହିଛି। ସ୍ପୋକ୍‌ରୁ ହବ୍ ପର୍ଯ୍ୟନ୍ତ ପରିବହନ ସଡକ ମାଧ୍ୟମରେ କରାଯିବ ଏବଂ ହବ୍‌ରୁ ହବ୍ ପର୍ଯ୍ୟନ୍ତ ପରିବହନ ରେଳ ମାଧ୍ୟମରେ କରାଯିବ। ଏହି ମଡେଲ୍ ରେଲୱେ ସାଇଡିଂ ଦକ୍ଷତାକୁ ବ୍ୟବହାର କରି ପାଇକାରୀ ଗଚ୍ଛିତୀକରଣ ଏବଂ ଚଳନ ମାଧ୍ୟମରେ ବ୍ୟୟର ହ୍ରାସ ଘଟାଇବ। ଏହା ଦେଶରେ ବିତ୍ତୀୟ ବିକାଶ, ଭିତ୍ତିଭୂମି ସଂରଚନାର ବିକାଶ ଏବଂ ନିଯୁକ୍ତି ସୃଷ୍ଟି ବ୍ୟତୀତ ପରିବହନ ଖର୍ଚ୍ଚ ଓ ସମୟକୁ କମ୍ କରିବ ଏବଂ ପରିଚାଳନାଜନିତ ଜଟିଳତାଗୁଡିକୁ ସରଳ କରିବ।

ସମ୍ବନ୍ଧିତ ଖବର