ଇସଲାମାବାଦ୍: ପାକିସ୍ତାନରେ ଏବେ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଲୋକଙ୍କ କାର୍ଯ୍ୟକଳାପରେ ପାକିସ୍ତାନ ସରକାର ଏତେ ଅସନ୍ତୋଷ ପ୍ରକାଶ କରିଛନ୍ତି ଯେ ବର୍ତ୍ତମାନ ଏହା ବିରୋଧରେ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ପାକିସ୍ତାନର କର୍ତ୍ତୃପକ୍ଷ ଟିକସ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ ପାଞ୍ଚ ଲକ୍ଷରୁ ଅଧିକ ଟ୍ୟାକ୍ସ ଡିଫଲ୍ଟରଙ୍କ ମୋବାଇଲ୍ ଫୋନ୍ ସିମ୍ କାର୍ଡକୁ ଅବରୋଧ କରିବାକୁ ନିଷ୍ପତ୍ତି ନିଆଯାଇଛି। ଫେଡେରାଲ ବୋର୍ଡ ଅଫ୍ ରେଭିନ୍ୟୁ (ଏଫବିଆର) ଏକ ଇନକମ ଟ୍ୟାକ୍ସ ଜେନେରାଲ ଅର୍ଡର (ଆଇଟିଜିଓ)ରେ କହିଛି ଯେ ୨୦୨୩ ମସିହାରେ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାରେ ବିଫଳ ହୋଇଥିବା ୫୦୬,୬୭୧ ଜଣଙ୍କ ମୋବାଇଲ୍ ସିମ୍ ଅବରୋଧ କରାଯିବ।

Advertisment

ପାକିସ୍ତାନୀ ଖବରକାଗଜ ଡନ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଏଫବିଆର ପାକିସ୍ତାନ ଟେଲିକମ୍ ଅଥରିଟି (ପିଟିଏ) ଏବଂ ସମସ୍ତ ଟେଲିକମ୍ ପ୍ରଦାନକାରୀଙ୍କୁ ତୁରନ୍ତ ୨୦୨୪ର ଇନକମ୍ ଟ୍ୟାକ୍ସ ଜେନେରାଲ୍ ଅର୍ଡର (ଆଇଟିଜିଓ) ନମ୍ବର ୦୧ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି ଏବଂ ଏହିପରି ଲୋକଙ୍କ ସିମ୍ ଗୁଡିକୁ ଅବରୋଧ କରିବା ପଦକ୍ଷେପ ମେ ୧୫ ସୁଦ୍ଧା ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏକ ସରକାରୀ ସୂତ୍ରରୁ ଜଣାପଡିଛି ଏଫବିଆର ୨.୪ ନିୟୁତ (୨୪ ଲକ୍ଷ) ସମ୍ଭାବ୍ୟ ଟିକସଦାତାଙ୍କୁ ଚିହ୍ନଟ କରିଛି ଯେଉଁମାନେ ଟିକସ ଖିଲାପକାରୀ ଅଛନ୍ତି। ପରେ ଏହି ବ୍ୟକ୍ତିମାନଙ୍କୁ ନୋଟିସ ଜାରି କରାଯାଇଥିଲା।

ତଥାପି, ଏପବିଆର ଏକ ମାନଦଣ୍ଡ ଆଧାରରେ ସିମ୍ କାର୍ଡକୁ ଅବରୋଧ କରିବା ପାଇଁ ୨.୪ ମିଲିୟନ ସିମ୍ କାର୍ଡ ଏବଂ ୫ ଲକ୍ଷରୁ ଅଧିକ ଟିକସ ଖିରାପକାରୀ ବ୍ୟକ୍ତି ବିଶେଷଙ୍କୁ ବାଛିଛି। ଟ୍ୟାକ୍ସଯୋଗ୍ୟ ଆୟ ଘୋଷିତ ନ କରିବା ସହିତ ଏହି ବ୍ୟକ୍ତିମାନେ ୨୦୨୩ ଟ୍ୟାକ୍ସ ବର୍ଷ ପାଇଁ ରିଟର୍ଣ୍ଣ ଦାଖଲ କରିନାହାନ୍ତି । ଆକ୍ଟିଭ୍ ଟ୍ୟାକ୍ସଦାତା ତାଲିକା (ଏଟିଏଲ) ଅନୁଯାୟୀ, ଗତ ବର୍ଷ ସମାନ ଅବଧିରେ ୩.୮ ମିଲିୟନ ରିଟର୍ଣ୍ଣ ତୁଳନାରେ ଏପବିଅର ୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ୪.୨ ମିଲିୟନ କରଦାତା ଗ୍ରହଣ କରିଥିଲେ ।

ଏଫବିଆର କିମ୍ବା ଆଭ୍ୟନ୍ତରୀଣ ରାଜସ୍ୱ କମିଶନର ସେହି ବ୍ୟକ୍ତିଙ୍କ ଉପରେ ଅଧିକାର ଫେରାଇ ନଦେବା ପର୍ଯ୍ୟନ୍ତ ଏହିପରି ଲୋକଙ୍କ ସିମ୍ କାର୍ଡ ଅବରୋଧ ହୋଇ ରହିବ। ପାକିସ୍ତାନରେ ସିମ୍ କାର୍ଡ ଅବରୋଧ କରିବା ଦ୍ୱାରା ଏକ ଅସନ୍ତୋଷ ସୃଷ୍ଟି ହେବ କାରଣ ଲକ୍ଷ ଲକ୍ଷ ଲୋକ ଏହା ଦ୍ୱାରା ଅସୁବିଧାରେ ପଡ଼ିବେ। ଆଜିର ସମୟରେ, ମୋବାଇଲ୍ ବିନା ବଞ୍ଚିବା ଏତେ ସହଜ ନୁହେଁ, ଏପରି ପରିସ୍ଥିତିରେ ଯଦି ସିମ୍ କାର୍ଡ ଅବରୋଧ ହୋଇଯାଏ ତେବେ ବ୍ୟାଙ୍କିଙ୍ଗ୍ ସୁବିଧା ପାଇବାରେ ଲୋକଙ୍କ ପାଇଁ ଅସୁବିଧା ହେବ।