ନୂଆଦିଲ୍ଲୀ: ପାକିସ୍ତାନରେ ହିନ୍ଦୁ ସଂପ୍ରଦାୟ ଉପରେ ଅତ୍ୟାଚାର ବଢିଚାଲିଛି । ବିଶେଷ କରି ହିନ୍ଦୁ ଯୁବତୀମାନଙ୍କୁ ଜବରଦସ୍ତି ଅପହରଣ କରି ଦୁଷ୍କର୍ମ କରିବା ସହ ଧର୍ମପରିବର୍ତ୍ତନ କରାଯାଉଛି ବୋଲି ଖବର ସାମ୍ନାକୁ ଆସିଛି। ୨୦୧୩ ସେପ୍ଟେମ୍ବର ୨୭ରେ ପାକିସ୍ତାନରେ ରହୁଥିବା ସିମରନ ତାଙ୍କ ସାନମା’ ବରଜି ୱାଇଙ୍କ ସହିତ ପାକିସ୍ତାନରୁ ଭାରତ( ଉତ୍ତରପ୍ରଦେଶ ଓ ଆଲିଗଡ଼) ଚାଲି ଆସିଥିଲେ। ଏହାପରଠାରୁ ସେ ତାଙ୍କ ଜେଜେବାପା ଓ ଜେଜେମା’ଙ୍କ ସହିତ ଦୀର୍ଘକାଳିନ ଭିସାରେ ରହୁଛନ୍ତି। ନିକଟରେ ସିମରନ ଭାରତ ନାଗରିକତା ପାଇବା ପାଇଁ ଆଲିଗଡ଼ ଡିଏମକୁ ଆବେଦନ କରିଛନ୍ତି। ସିମରନ ଡାକ୍ତରି ପାଠପଢ଼ୁଛନ୍ତି।
ସୂଚନାଯୋଗ୍ୟ, ସିମରନ ନାମକ ଯୁବତୀ ତାଙ୍କ ଜେଜେବାପାଙ୍କ ସହିତ ଆଲିଗଡ଼ ଡିଏମ ଇନ୍ଦ୍ର ବିକ୍ରମ ସିଂହଙ୍କୁ ଭେଟିଥିଲେ। ସିମରନ ଡିଏମଙ୍କୁ ଭେଟି କହିଥିଲେ, ‘୨୦୧୩ ସେପ୍ଟେମ୍ବର ୨୭ରେ ପାକିସ୍ତାନରୁ ଭାରତ ମୋର ସାନମା’ ବରଜି ବାଇଙ୍କ ସହିତ ଆସିଥିଲି। ଗତ ୧୦ବର୍ଷ ହେବ ମୁଁ ଜେଜେବାପା ଓ ମା’ଙ୍କ ଘରେ ଦୀର୍ଘକାଳିନ ଭିସା ଆଧାରରେ ରହୁଛି। ଆଲିଗଡ଼ ମୁସଲିମ ୟୁନିଭର୍ସିଟିରୁ ବିଡିଏସ ପଢ଼ୁଛି। ୨୦୧୯ରୁ ମୁଁ ଭାରତୀୟ ନାଗରିକତା ପାଇଁ ଆବେଦନ କରିଛି। ଦୟାକରି ମୋତେ ଭାରତୀୟ ନାଗରିକତା ପ୍ରଦାନ କରାଯାଉ। କାରଣ ପାକିସ୍ତାନରେ ହିନ୍ଦୁ ସଂପ୍ରଦାୟ ଉପରେ ଅତ୍ୟାଚାର ବଢିଚାଲିଛି । ବିଶେଷ କରି ହିନ୍ଦୁ ଯୁବତୀମାନଙ୍କୁ ନିର୍ଯାତନା ଉପରେ ନିର୍ଯାତନା ଦିଆଯାଉଛି। ସେମାନଙ୍କ ସହ ଜୋରଜବରଦସ୍ତି କରାଯାଉଛି। ଏସବୁ ଦେଖି ମୁଁ ଭୟଭୀତ ଅଛି। ଆଉ ପାକିସ୍ତାନ ଯିବାକୁ ଚାହୁଁ ନାହିଁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/366d0aaa-9c23-4961-b99e-013175334840.jpg)