ଥାନେ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଜନ୍ମସ୍ଥାନ ଥାନେ ଅଞ୍ଚଳରେ ଶୁକ୍ରବାର ତାଙ୍କ ସମର୍ଥକ ତଥା ଉଦ୍ଧବ ଠାକରେଙ୍କ ସମର୍ଥକଙ୍କ ଦ୍ବାରା ଦହିହାଣ୍ଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମକୁ ଆଡ଼ମ୍ବରପୂର୍ଣ୍ଣ କରି ଅଧିକ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଦୁଇ ଗୋଷ୍ଠୀ ପକ୍ଷରୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ, ଦହିହାଣ୍ଡି ହେଉଛି ପବିତ୍ର ଜନ୍ମାଷ୍ଟମୀ ଉତ୍ସବର ଏକ ଅଙ୍ଗ। ଏଥିରେ ଛୋଟ ପିଲାଙ୍କୁ କୃଷ୍ଣଙ୍କ ପରି ରଙ୍ଗିନ ପୋଷାକ ପିନ୍ଧାଯାଏ ଓ ତାଙ୍କୁ ଗୋବିନ୍ଦ ବୋଲି ଡକାଯାଏ। ଏକ ମାଟିର ଦହିହାଣ୍ଡି ଖୁବ୍ ଉଚ୍ଚରେ ଝୁଲେଇ ରଖାଯାଏ। ସେଥିରେ ଦହି ଥାଏ। ଉକ୍ତ ଦହିହାଣ୍ଡି ପାଖରେ ପହଞ୍ଚିବା ପାଇଁ ଏକ ମାନବ-ପିରାମିଡ ବନାଯାଏ। କିଏ ଉପରକୁ ଯାଇ ପ୍ରଥମେ ଦହିହାଣ୍ଡି ଭାଙ୍ଗିବ ତା’ର ପ୍ରତିଯୋଗିତା ହୁଏ। ଏ ବର୍ଷ ସିନ୍ଦେ ଗୋଷ୍ଠୀ ଟେମ୍ଭି ନାକାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ତା’ର ମାତ୍ର ୨୦୦ ମିଟିର ଦୂରରେ ଜାମ୍ବ୍ଲି ନାକାଠାରେ ଉଦ୍ଧବ ଗୋଷ୍ଠୀ କାର୍ଯ୍ୟକ୍ରମର ଆୟୋଜନ କରିଛି। ଉଭୟ ପକ୍ଷ ସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ନାଁ ନେଇ କାର୍ଯ୍ୟକ୍ରମ କରୁଛନ୍ତି।
ଥାନେ ଦହିହାଣ୍ଡି କାର୍ଯ୍ୟକ୍ରମରେ ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀ ଶକ୍ତିପ୍ରଦର୍ଶନ ପାଇଁ ପ୍ରସ୍ତୁତ
/sambad/media/post_attachments/wp-content/uploads/2022/08/dahihandi-pograme.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)