ମୁମ୍ବାଇ : ଶିବସେନା ମୁଖପାତ୍ର ସଂଜୟ ସିର୍‌ସତ ଆଜି ବିଜେପିକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯଦି ଏନସିପି ନେତା ଅଜିତ ପାୱାର ବିଜେପିରେ ଯୋଗ ଦିଅନ୍ତି ତେବେ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବ‌ସେନା ଦଳ ମହାରାଷ୍ଟ୍ର ସରକାରରୁ ଓହରିଯିବ। ସାମ୍ବାଦିକମାନଙ୍କୁ ସୂଚନା ଦେଇ ସିର୍‌ସତ କହିଛନ୍ତି, ଏନସିପି ବିଜେପି ସହ ସିଧାସଳଖ ହାତ ମିଳାଇବନି ବୋଲି ଆମେ ବିଶ୍ବାସ କରୁଛୁ। ଏନ୍‌ସିପି ଦଳ ବିଶ୍ବାସଘାତରେ ବିଶ୍ବାସ କରେ ଏବଂ ଏହାର ଅନେକ ନଜିର ରହିଛି। ଆମେ କ୍ଷମତାରେ ବି ଏନ୍‌ସିପି ସହ ରହିବୁନି। ଯଦି ବିଜେପି ଏନ୍‌ସିପି ସହ ହାତ ମିଳାଇବ ତେବେ ଆମେ ସରକାରରୁ ଓହରିଯିବୁ। ଉଲ୍ଲେଖଯୋଗ୍ୟ, ପ୍ରାୟ ୪୦ ଜଣ ବିଧାୟକ ଅଜିତ ପାୱାରଙ୍କୁ ସମର୍ଥନ କରୁଛନ୍ତି ବୋଲି ଜଣାପଡ଼ିଛି।