ଇସିଙ୍କୁ ଚିଠି ଲେଖିଲେ ସିନ୍ଦେ, ଶିବସେନାର ଧନୁ ଏବଂ ତୀର ଚିହ୍ନ ପାଇଁ ଆବେଦନ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର ଦିନ ନିର୍ବାଚନ କମିସନଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। କମିସନ ସିନ୍ଦେ ଗୋଷ୍ଠୀକୁ ତୁରନ୍ତ ଶିବସେନାର ଧନୁ ଏବଂ ତୀର ଚିହ୍ନ ଦେବାପାଇଁ ଅନୁରୋଧ କରିଛନ୍ତି। ପୂର୍ବ ଅନ୍ଧେରୀରେ ଆଗାମୀ ଉପନିର୍ବାଚନର ଅବ୍ୟବହିତ ପୂର୍ବରୁ ସିନ୍ଦେ ଏହି ଅନୁରୋଧ କରିଛନ୍ତି। ଶାସକ ମେଣ୍ଟ ପକ୍ଷରୁ ବିଜେପି ଏହି ଆସନରେ ନିର୍ବାଚନ ଲଢ଼ିବ। କିନ୍ତୁ ସିନ୍ଦେ କହିଛନ୍ତି, ନିର୍ବାଚନ କମିସନଙ୍କ ନିଷ୍ପତ୍ତି ବିନା ଠାକ୍‌ରେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀ ଧନୁ ଏବଂ ତୀର ଚିହ୍ନର ବ୍ୟବହାର କରିପାରେ। ତେଣୁ ତାଙ୍କ ଗୋଷ୍ଠୀକୁ ଦଳର ଧନୁ ଏବଂ ତୀର ଚିହ୍ନ ଦେବାପାଇଁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର