ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି) ଗ୍ରାଉଣ୍ଡରେ ଦଶହରା ରାଲି ଆୟୋଜନ କରିବାକୁ ମୁମ୍ବାଇ ମେଟ୍ରୋପଲିଟାନ ରିଜିଅନ ଡେଭଲପମେଣ୍ଟ ଅଥରିଟି (ଏମ୍‌ଏମ୍‌ଆର୍‌ଡିଏ)ରୁ ଅନୁମତି ପାଇଛି। ଅକ୍ଟୋବର ୫ ତାରିଖରେ ବିକେସି ଗ୍ରାଉଣ୍ଡରେ ଦଶହରା ରାଲି କରିବାକୁ ଶିବସେନାର ସିନ୍ଦେ ଗୋଷ୍ଠୀଙ୍କୁ ଅନୁମତି ମିଳିଛି ବୋଲି ଆଜି ସୂଚନା ଦେଇଛନ୍ତି ଏମ୍‌ଏମ୍‌ଆର୍‌ଡିଏ ମୁଖ୍ୟ ଭି ଆର୍‌ ଶ୍ରୀନିବାସ।

Advertisment

ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ସିନ୍ଦେ ଗୋଷ୍ଠୀ ଅନୁମତି ଲୋଡ଼ିଥିଲେ ହେଁ ତାହା ଅନ୍ୟ ଏକ ଇଭେଣ୍ଟ ପାଇଁ ବୁକିଂ ହୋଇ ସାରିଥିଲା।
ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଥିବା ଶିବସେନା ଶିବିରକୁ କୌଣସି ସ୍ଥାନରେ ଦଶହରା ରାଲିର ଆୟୋଜନ କରିବାକୁ ଅନୁମତି ମିଳିନାହିଁ। ଉଭୟ ଦଳ ଅନୁମତି ପାଇଁ ବୃହନ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମ୍‌ସି) ରେ ଆବେଦନ କରିଥିଲେ।