ଗୌହାଟୀ: ମହାରାଷ୍ଟ୍ରରେ ଶିବସେନାକୁ ସଂକଟରେ ପକାଇଥିବା ଏକନାଥ ସିନ୍ଦେ ଓ ତାଙ୍କ ସହ ବିଦ୍ରୋହ କରିଥିବା ବିଧାୟକମାନେ ଆଜି ଗୌହାଟୀ ଛାଡି ଗୋଆ ଯିବେ | ବିଧାୟକମାନେ ଗୋୖହାଟୀରୁ ଆସି ଗୋଆରେ ଆଜି ରାତିରେ ରହିବେ ଏବଂ ଆସନ୍ତାକାଲି ମୁମ୍ବାଇରେ ‘ଫ୍ଲୋରଟେଷ୍ଟ’ ପାଇଁ ସିଧାସଳଖ ଯାଇ ବିଧାନସଭାରେ ପହଞ୍ଚିବେ | ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକି ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ଲାଗି ‘ଫ୍ଲୋର୍ ଟେଷ୍ଟ୍’ ବା ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବା ପାଇଁ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଚିଠି ଲେଖି ଜଣାଇଛନ୍ତି।
ସନ୍ଧ୍ୟା ୫ଟା ସୁଦ୍ଧା ‘ଫ୍ଲୋର୍ ଟେଷ୍ଟ୍’ ଶେଷ ହେବା ଉଚିତ ବୋଲି ମଧ୍ୟ ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି। ଆଉ ଏଥିପାଇଁ ବିମାନ ଯୋଗେ ମୁମ୍ବାଇ ଯିବା ପାଇଁ ପ୍ରସ୍ତୁତି କରିବା ସହ ନିଜନିଜର ବ୍ୟବହାର୍ଯ୍ୟ ସାମଗ୍ରୀ ବ୍ୟାଗ୍ରେ ଭର୍ତ୍ତି କରିବା ପାଇଁ ଗୌହାଟୀ ହୋଟେଲ୍ରେ ଥିବା ବିଦ୍ରୋହୀ ଶିବସେନା ବିଧାୟକମାନଙ୍କୁ ସିନ୍ଦେ କହିଛନ୍ତି |
आसाम मधील पूरग्रस्त बांधवांच्या मदतीसाठी शिवसेनेचे सर्व आमदार तसेच सहयोगी आमदारांच्या वतीने आसाम मुख्यमंत्री मदत निधीत 51 लाख रुपयांची मदत करण्याचा निर्णय.#ShivsenaMaharashtraWithAssam
— Eknath Shinde - एकनाथ शिंदे (@mieknathshinde) June 29, 2022
ତେବେ ଏହା ପୂର୍ବରୁ ଶିବସେନାର ଅସନ୍ତୁଷ୍ଟ ବିଧାୟକଙ୍କ ଆଶ୍ରୟସ୍ଥଳ ପାଲଟିଥିବା ଗୌହାଟୀ ପାଇଁ ବଡ ଘୋଷଣା କରିଛନ୍ତି ଏକନାଥ | ସେ ଆସାମ ବନ୍ୟା ପୀଡିତଙ୍କ ପାଇଁ ୫୧ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି। ଆସାମ ଛାଡିବା ପୂର୍ବରୁ ଏହି ପରିମାଣ ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଜମା ହେବ | ସିନ୍ଦେ ଟୁଇଟ୍ କରିଛନ୍ତି ଯେ ଶିବସେନା ବିଧାୟକ ଏବଂ ସାଥୀ ବିଧାୟକମାନେ ଆସାମକୁ ସାହାଯ୍ୟ କରିବାକୁ ଏହି ନିଷ୍ପତ୍ତି ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/sinde.jpg)