ଭୋପାଳ: ଏବେ ବୁଢା ହୋଇଗଲିଣି, ପୂର୍ବରୁ ଯେଭଳି କାମ କରିପାରୁଥିଲି ଏବେ ଆଉ ଏଭଳି କାମ କରିପାରୁନାହିଁ | ତେଣୁ ଯୁବକମାନେ ଯେତେ ପାରିବ କାମ କରିଚାଲ | କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୁକ୍ରବାର ସନ୍ଧ୍ୟାରେ କିଛି ଏଭଳି କହିଛନ୍ତି | ବାସ୍ତବରେ କେନ୍ଦ୍ର ମନ୍ତ୍ରୀ ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲାରେ ବିକାଶ କାର୍ଯ୍ୟ ପାଇଁ ଭୁମି ପୂଜନ ପାଇଁ ପହଞ୍ଚିଥିଲେ । ଆଉ ଏଠାରେ ଏକ ସମାବେଶକୁ ସମ୍ବୋଧିତ କରି ସେ ତାଙ୍କ ବୟସ ବିଷୟରେ କହିଥିଲେ ଏବଂ ନିଜକୁ ବୃଦ୍ଧ ବୋଲି କହିଥିଲେ। ଏହା ସହିତ ସେ ଲୋକମାନଙ୍କୁ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଘରୋଇ ଉପାୟ ମଧ୍ୟ ବତାଇଥିଲେ |
ଜ୍ୟୋତିରାଦିତ୍ୟ ସିନ୍ଧିଆ କର୍ମୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ମୁଁ ବର୍ତ୍ତମାନ ବୁଢା ହୋଇଗଲିଣି, ମୋର ୨୦ ବର୍ଷ ପୂର୍ବେ ଥିବା କାର୍ଯ୍ୟ ଦକ୍ଷତା ଆଜି ନାହିଁ | ସେଥିପାଇଁ ଯୁବକମାନଙ୍କୁ ମୋର ଅନୁରୋଧ ହେଉଛି ଯେ ସେମାନେ ମଧ୍ୟ ଦଳ ପାଇଁ ନିରନ୍ତର କାର୍ଯ୍ୟ କରିବା ଉଚିତ୍ | ଆଜି ବି, ମୁଁ ମୋ ସାମର୍ଥ୍ୟ ଅନୁଯାୟୀ କାର୍ଯ୍ୟ କରେ | ଏହା ସହିତ ସିନ୍ଧିଆ କହିଥିଲେ ଯେ ମୁଁ ପାରମ୍ପରିକ ତୁଟୁକା ଚିକିତ୍ସା ଉପରେ ବିଶ୍ୱାସ |
ପୂର୍ବରୁ ପ୍ରଚଳିତ କଥା ଅନୁଯାୟୀ ଯେତେବେଳେ ପ୍ରଚଣ୍ଡ ଗ୍ରୀଷ୍ମ ତାତିରେ ବାହାରକୁ ଯାଉଥାଅ, ତେବେ ପାଖରେ ଗାମୁଛା ବା ପିଆଜ ରଖନ୍ତୁ | ଆଜି ବି ମୁଁ ପକେଟରେ ପିଆଜ ନେଇ ବାହାରକୁ ଯାଉଛି | ଏହି ସମୟରେ ସିନ୍ଧିଆ ମଧ୍ୟ ତାଙ୍କ ପକେଟରୁ ପିଆଜ ବାହାର କରି ଦେଖାଇଥିଲେ |