ସିନ୍ଧୁ ଜଳ ଚୁକ୍ତି: ଅଟ୍ଟାରିରେ ‌ବୈଠକ ପାଇଁ ଜିଦ୍‌ ଧରିଛି ପାକିସ୍ତାନ

ଭିଡିଓ କନ୍‌ଫରେନ୍‌ସ ପ୍ରସ୍ତାବ ଗ୍ରହଣ କଲାନି

ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତିକୁ ନେଇ ଚଳିତ ମାସ ଶେଷ ସପ୍ତାହରେ ଭାରତ ଓ ପାକିସ୍ତାନ ମଧ୍ୟରେ ‌ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକକୁ ନେଇ ବିବାଦ ଉପୁଜିଛି। ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଏହି ବୈଠକ ଆୟୋଜନ କରିବା ପାଇଁ ଭାରତର ପ୍ରସ୍ତାବକୁ ପାକିସ୍ତାନ ଗ୍ରହଣ କରିନାହିଁ। ଅଟ୍ଟାରି ସୀମାରେ ଏକ ତନଖି ଫାଟକ ନିକଟରେ ବୈଠକ ଆୟୋଜନ କରାଯିବା ପାଇଁ ପାକିସ୍ତାନ ଜିଦ୍‌ ଧରିଛି। ତେବେ ମହାମାରୀ ସମୟରେ ପାକିସ୍ତାନର ଏଭଳି ଦାବିକୁ ଭାରତ ମଧ୍ୟ ଗ୍ରହଣ କରିନାହିଁ।

ସମ୍ବନ୍ଧିତ ଖବର