ସିଙ୍ଗାପୁରରେ ଡାକ୍ତର କରୋନା ଭେକ୍ସିନ୍ ବଦଳରେ ଲୁଣ ପାଣିର ଇଞ୍ଜେକସନ ଦେଇଦେଲେ, ୧୮ ମାସ ପାଇଁ ନିଲମ୍ଵିତ

ସିଙ୍ଗାପୁର: ସିଙ୍ଗାପୁରର ଟିକାକରଣ ନିରୋଧୀ (ଆଣ୍ଟି-ଭେକ୍ସିନେସନ୍) ଗ୍ରୁପ ସହ ଜଡିତ ଜିପ୍ସନ୍ କ୍ଵାହ ନାମକ ୩୩ ବର୍ଷୀୟ ଜଣେ ଡାକ୍ତର ଲୋକମାନଙ୍କୁ କରୋନାର ଟିକା ବଦଳରେ ଲୁଣ ପାଣି (ସାଲାଇନ୍ ସଲ୍ୟୁସନ୍)ର ଇଞ୍ଜେକ୍ସନ୍ ଲଗାଇ ଦେଇଥିଲେ। ସେ ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଜାତୀୟ ଟିକାକରଣ ରେଜିଷ୍ଟ୍ରିରେ ଭୁଲ୍ ତଥ୍ୟ ବି ଅପଲୋଡ୍ କରି କରିଛନ୍ତି। ଏହାପରେ ଜିପ୍ସନ୍ କ୍ଵାହଙ୍କ ଏପରି କାର୍ଯ୍ୟକଳାପ ପରେ ଜିପ୍ସନ୍ କ୍ଵାହଙ୍କୁ ସିଙ୍ଗାପୁର ମୋଡିକାଲ କାଉନ୍ସିଲ୍ ୧୮ ମାସ ପାଇଁ ନିଲମ୍ବିତ କରିଛନ୍ତି।

ମେଡିକାଲ କାଉନ୍ସିଲ ଅନୁସାରେ ୨୩ ମାର୍ଚ୍ଚରେ ଘଟଣା ବିଷୟରେ ଜଣା ପଡିଥିଲା। ଏହାପରେ ଶେଷ ନିଷ୍ପତ୍ତି ପାଇଁ ସମିତି ପାଖକୁ ପଠାଯାଇଥିଲା। ଜନତାଙ୍କ ସୁରକ୍ଷା ପାଇଁ ଜିପ୍ସନ୍ କ୍ଵାହଙ୍କୁ ସମିତି ନିଲମ୍ବିତ କରିଛନ୍ତି ।

ଡ. କ୍ଵାହ ଲୋକମାନଙ୍କୁ ଭୁଲ୍ ଟିକା ଲଗାଇବା ସହିତ ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଓ୍ଵେବସାଇଟରେ ଏହି ତଥ୍ୟ ବି ଅପଲୋଡ୍ କରିଥିଲେ ଯେ ଏହି ଲୋକମାନଙ୍କୁ କୌଣସି ରୋଗ ପାଇଁ ଟିକା ଲଗାଯାଇଛି। ଖବର ଅନୁସାରେ ସେ ଏହି ଲୋକମାନଙ୍କ ଠାରୁ ସାଲାଇନ୍ ସଲ୍ୟୁସନ୍ (ଲୁଣ ପାଣି) ଦେବା ପାଇଁ ଯଥେଷ୍ଟ ଅର୍ଥ ଆଦାୟ କରିଥିଲେ। କ୍ଵାହଙ୍କ ସହିତ ତାଙ୍କ ସହଯୋଗୀ (ଆସିଷ୍ଟାଣ୍ଟ)ଙ୍କ ନାମରେ ବି ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଧୋକା ଦେବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଡ. କ୍ଵାହ ଓ ତାଙ୍କ ସହଯୋଗୀଙ୍କୁ ଭୁଲ୍ ଟିକା ତଥ୍ୟ ମାମଲାରେ ପୂର୍ବରୁ ବି ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର