ସିଙ୍ଗାପୁର-ଭାରତ ହକାଥନ୍ ୨୦୨୩ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀଠାରେ ସିଙ୍ଗାପୁରର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଗାନ୍ କିମ୍ ୟଙ୍ଗଙ୍କ ସହ ସିଙ୍ଗାପୁର-ଭାରତ ହକାଥନ୍ ୨୦୨୩ର ଲୋକାର୍ପଣ କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସିଙ୍ଗାପୁରର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ଏହି ହକାଥନ୍ ୨୦୨୩ ଉଭୟ ଦେଶର ଯୁବ ଉଦ୍ଭାବକଙ୍କୁ ସହଯୋଗୀ ହୋଇ ବିଭିନ୍ନ ସମସ୍ୟାର ସମଧାନ ଖୋଜିବାର ଏକ ବୃହତ୍ ପ୍ଲାଟଫର୍ମ ପ୍ରାଦନ କରିବ। ଏହି ହକାଥନ୍ ୨୦୨୩ର ବିଷୟବସ୍ତୁ ‘ଫିନ୍‌ଟେକ୍ ଓ ସଷ୍ଟେନେବିଲିଟି’ ବର୍ତ୍ତମାନର ବୈଷୟିକ ପ୍ରସଙ୍ଗରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଉଭୟ ଦେଶର ଦୂରଦୃଷ୍ଟିକୁ ସାକାର କରିବା ସହ ଭାରତକୁ କୁଶଳୀ ମାନବ ସମ୍ବଳର ବୈଷୟିକ ପେଣ୍ଠସ୍ଥଳୀ ଭାବରେ ପରିଣତ କରିବା, ବୈଶ୍ୱିକ କଲ୍ୟାଣ ଓ ଭଏସ୍ ଅଫ୍ ଗ୍ଲୋବାଲ୍ ସଉଥ୍‌କୁ ସୁଦୃଢ କରିବାକୁ ଆମକୁ ‘କାପାସିଟି (ଦକ୍ଷତା), କ୍ୟାପିଟାଲ (ପୁଞ୍ଜି) ଓ କାପାବିଲିଟି (ସାମର୍ଥ୍ୟ) ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ। ‘ବସୁଧୈବ କୁଟୁମ୍ବକମ’ ସୂତ୍ର ସହିତ ଭାରତର ଅଧ୍ୟକ୍ଷତାରେ ଜି -୨୦ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ସିଙ୍ଗାପୁର – ଭାରତ ହକାଥନ୍ ୨୦୨୩ ଉଭୟ ଦେଶର ସାମର୍ଥ୍ୟକୁ ବଢାଇବ। ନବସୃଜନକୁ ଗତି ଦେବା ସହ ବିଶ୍ୱ ପାଇଁ ଥିବା ଉଭୟ ଦେଶର ଆକାଂକ୍ଷାକୁ ପୂରଣ କରିବ I ଏହି ହକାଥନ୍ ଉଭୟ ଦେଶର ସହଭାଗିତାକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର