ରଘୁରାଜପୁର: ଓଡ଼ିଶାର ରଘୁରାଜପୁର ଗସ୍ତରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନମ । ଦୁଇଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନରେ ରଘୁରାଜପୁରରେ ପହଞ୍ଚିଛନ୍ତି । ରଘୁରାଜପୁର ହେରିଟେଜ ଭିଲେଜ ବୁଲି ଦେଖିବେ । ଏହାପରେ ଆଇଓସିଏଲ ଯିବେ ସିଙ୍ଗାପୁର ରାଷ୍ଟ୍ରପତି । ବିଶ୍ୱର ସପ୍ତାଶ୍ଚର୍ୟ୍ୟ କୋଣାର୍କ ମନ୍ଦିର ପରିଦର୍ଶନ କରିବେ ବୋଲି ମଧ୍ୟ ସୂଚନା ରହିଛି ।
ଅପରାହ୍ନରେ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକର ଟୀକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସିଙ୍ଗାପୁର ରାଷ୍ଟ୍ରପତି ରଘୁରାଜପୁର ଓ କୋଣାର୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଗତକାଲି ଓଡ଼ିଶାରେ ପହଞ୍ଚିବା ପରେ ବିଭିନ୍ନ ପ୍ରସଙ୍ଗରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନମଙ୍କ ସହ ଆଲୋଚନା ହୋଇଛି । ଏହି ଅବସରରେ ସିଙ୍ଗାପୁର ଓ ଓଡ଼ିଶା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/18/pIZfpXn7wuEbpMfxkdVB.jpg)