ସିଙ୍ଗାପୁର: ଏହି ମାସର ଶେଷ ଆଡକୁ ସିଙ୍ଗାପୁର ଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ବିଶ୍ୱଶାନ୍ତ ପାଇଁ କିମ୍ ଓ ଟମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ବେଶ୍ ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ଦୁଇ ନେତାଙ୍କ ସାକ୍ଷାତ ଆଲୋଚନା ସମୟରେ ଏହାର ସୁରକ୍ଷା ଦାୟିତ୍ୱରେ ରହିବେ ନେପାଳର ବେଶ୍ ପ୍ରସିଦ୍ଧ ତଫସିଲଭୁକ୍ତ ଜନଜାତିର ଲଢ଼ୁଆ ଗୁର୍ଖା ବାହିନୀ। ଉଭୟ ଦେଶର ରାଷ୍ଟ୍ରମୁଖ୍ୟ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ସାଙ୍ଗରେ ଆଣିବେ। ତା ସହିତ ସିଙ୍ଗାପୁରର ଅତ୍ୟାଧୁନିକ ସୁରକ୍ଷା ବଳ ସହିତ ତାର ଗୁର୍ଖା ବାହିନୀ ମଧ୍ୟ ଏହି ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବେ ବୋଲି ଯୋଜନା ରହିଛି। ସେମାନେ ଏହି ଦୁଇ ନେତାଙ୍କ ସାକ୍ଷାତସ୍ଥଳ, ରାସ୍ତା ଓ ହୋଟେଲ ଗୁଡ଼ିକର ସୁରକ୍ଷା ଦାୟିତ୍ୱ ତୁଲାଇବେ।
ସୂଚନାଯୋଗ୍ୟଯେ ଯେ ଗୁର୍ଖାବାହନୀ ସିଙ୍ଗାପୁରରେ ଗତ କିଛି ଦିନ ହେବ ବେଶ ସକ୍ରୀୟ ହୋଇ ଯାଇଛନ୍ତି। ସାଧାରଣତଃ ଲୋକ ଲୋଚନଠାରୁ ଦୂରରେ ରହୁଥିବା ଏହି ଗୁର୍ଖା ବାହିନୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଗସ୍ତ ସମୟରେ ସାଗ୍ରି ଲା ହୋଟେଲର ସୁରକ୍ଷା ଦାୟିିତ୍ୱରେ ଥିଲେ। ସିଙ୍ଗାପୁର ପୁଲିସ ନେପାଳର ପାର୍ବତ୍ୟାଞ୍ଚଳର ଏହି ଜନଜାତିର ଯୁବକମାନଙ୍କୁ ଚୟନ କରି ସେମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପରିଚାଳାନା ପ୍ରଶିକ୍ଷଣ ଦେଇ ବେଶ୍ ଦକ୍ଷ କରିଛି।ତେବେ ଯେତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଲେ ମଧ୍ୟ ଖୁକ୍ରି ( ଏକ ସ୍ୱତନ୍ତ୍ର ଧରଣର ଭୁଜାଲି) ନିଜ ପାଖରେ ନ ରଖିଲେ ଗୁର୍ଖାମନେ ନିଜକୁ ଅସୁରକ୍ଷିତ ମଣନ୍ତି। ତେଣୁ କିମ୍ ଓ ଟ୍ରମ୍ପଙ୍କ ସୁରକ୍ଷା ଲାଗି ଗୁର୍ଖାବାହିନୀକୁ ମୂତୟନ କରିବା ନେଇ ଜଣେ ବଶେଷଜ୍ଞ କହିଛନ୍ତି ଏହି ପରି କାର୍ଯ୍ୟ ପାଇଁ ଗୁର୍ଖାବାହିନୀ ତାଲିମପ୍ରାପ୍ତ ଓ ସେମାନେ ଯେ କୌଣସି ପରିସ୍ଥିତିର ମୁକାବିଲା କରି ପାରିବେ।
ସୂଚନାଯୋଗ୍ୟ ଯେ ସିଙ୍ଗାପୁର ପୁଲିସ େଓ୍ଵସାଇଟ୍ରେ ସେମାନଙ୍କୁ ଦକ୍ଷ, ସତର୍କ ଓ ଦୃଢ଼ ଭାବେ ଉଲ୍ଲେଖ କରାଯାଇଛି। ଏହି ଗୁର୍ଖା ବାହିନୀ ସହର ଠାରୁ ଦୂରରେ ମାଉଣ୍ଟ ଭେର୍ଣ୍ଣନଠାରେ କ୍ୟାମ୍ପ କରି ସପରିବାରେ ରୁହନ୍ତି୍ି। ସେଠାକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛିି।
କିମ୍ -ଟ୍ରମ୍ପଙ୍କ ଆଲୋଚନା : ସୁରକ୍ଷା ଦାୟିତ୍ୱରେ ରହିବେ ଗୁର୍ଖା ବାହିନୀ
/sambad/media/post_attachments/wp-content/uploads/2018/06/Gurkha_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)