ମୁଜାଫରନଗର : ଉତ୍ତର ପ୍ରଦେଶର ଶାମ୍ଲି ଜିଲ୍ଲାରେ ଘଟିଥିବା ଏକ ନୃଶଂସ ହତ୍ୟାକାଣ୍ଡ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶାମ୍ଲି ଜିଲ୍ଲାର ପଞ୍ଜାବୀ କଲୋନି ଅଞ୍ଚଳରେ ରହୁଥିବା ଖ୍ୟାତିସଂପନ୍ନ ଭଜନ ଗାୟକ ଅଜୟ ପାଠକ (୪୨), ତାଙ୍କ ପତ୍ନୀ ନେହା (୩୬) ଏବଂ କନ୍ୟା ବସୁନ୍ଧରା (୧୨) ଏବଂ ପୁଅ ଭାଗବତ (୧୦)ଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଅଜୟ ଏବଂ ତାଙ୍କ ପତ୍ନୀ ଓ କନ୍ୟାଙ୍କ ମୃତ ଦେହ ହରିୟାଣାର ପାନିପଥ ନିକଟସ୍ଥ ଏକ କାର୍ ମଧ୍ୟରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଛନ୍ତି ବୋଲି ପୁଲିସ ଅନୁମାନ କରୁଛି। ପାଠକଙ୍କ ୧୦ ବର୍ଷର ପୁତ୍ର ଭାଗବତଙ୍କ ଶବକୁ ଘଟଣାସ୍ଥଳଠାରୁ ପ୍ରାୟ ୧୦ କିମି ଦୂରରୁ ଉଦ୍ଧାର କରାଯାଇଛି। ଏହି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଧରିବାକୁ ପୁଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଅନୁସନ୍ଧାନ ଆରମ୍ଭ କରିଛି ବୋଲି ପାନିପଥ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଶାମ୍ଲିଠାରୁ ପାନିପଥର ଦୂରତା ୪୦ କିଲୋମିଟର। କେଉଁ ପରସ୍ଥିତିରେ ଏମାନଙ୍କ ମୃତ ଦେହ ସେମାନଙ୍କ ନିଜ ଘରଠାରୁ ୪୦ କିଲୋମିଟର ଦୂର ପାନିପଥଠାରେ ଏକ କାର୍ ମଧ୍ୟରୁ ମିଳିଲା ତାହାର ତଦନ୍ତ କରାଯାଉଛି ବୋଲି ପାନିପଥର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଉଭୟ ଉତ୍ତର ପ୍ରଦେଶ ଓ ହରିୟାଣା ପୁଲିସର ଏକ ମିଳିତ ଟିମ୍ ଗଠନ କରାଯାଇ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରାଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ୟୁପିରେ ବର୍ବର କାଣ୍ଡ : ଭଜନ ଗାୟକଙ୍କ ସମେତ ପତ୍ନୀ, ପୁତ୍ର ଓ କନ୍ୟାଙ୍କୁ ଗଳାକାଟି ହତ୍ୟା
/sambad/media/post_attachments/wp-content/uploads/2019/05/murder-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)