ଠକ ହାବୁଡ଼ରେ ଗାୟିକା ଅନୁରାଧା ପୌଡ଼ଓ୍ଵାଲ୍‌; ତାଙ୍କ ଫ୍ଲାଟ୍‌କୁ ଏକାଧିକ ଗ୍ରାହକଙ୍କୁ ବିକ୍ରି କରିଛନ୍ତି ବିଲ୍‌ଡର୍‌

ମୁମ୍ବାଇ: ଗୋଟିଏ ଫ୍ଲାଟ୍‌କୁ କେତେଜଣ ଗ୍ରାହକଙ୍କ ବିକ୍ରୟ କରିଥିବା ଅଭିଯୋଗରେ ଆର୍ଣ୍ଣାଲ୍‌ କୋଷ୍ଟ୍‍ଲାଇନ୍‌ ପୁଲିସ ୭ ଜଣ ବିଲ୍‌ଡର୍‌ଙ୍କୁ ବୁକ୍‌ କରିଛି। ଉକ୍ତ ଗ୍ରାହକମାନଙ୍କ ଭିତରେ ଅଛନ୍ତି ନାମଜାଦା ଗାୟିକା ଅନୁରାଧା ପୌଡ଼ଓ୍ଵାଲ୍‌।

ସାତ ଠକ ବିଲ୍‌ଡର୍‌ ନିରୁଦ୍ଦେଶ ହୋଇ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ପରିଚୟ ଜଣାପଡ଼ିଥିବା ଦୁଇ ଜଣ ହେଲେ ରାଜୁ ସୁଲେର ଏବଂ ଅବିନାଶ ଧୋଲେ। ସେମାନେ ବିରାର୍‌ ଅନ୍ତର୍ଗତ ବୋଲିଞ୍ଜ୍‌ ଠାରେ ଓଁ ମନ୍ଦର ରିୟଲ୍‌ଟର୍ସ ନାମକ ଫାର୍ମ କରିଛନ୍ତି।

ପୁଲିସ କହେ, ବିଲ୍‌ଡର୍‌ମାନେ ଅର୍ଣ୍ଣାଲା ବେଳାଭୂମି ଠାରେ ଶସ୍ତାରେ ଫ୍ଲାଟ୍‌ ଦେବାକୁ ପ୍ରତିଶ୍ରୁତି ଦେଇଥିବାରୁ ଅନୁରାଧା ପୌଡ଼ଓ୍ଵାଲ୍‌ଙ୍କ ସମେତ ଅନେକ ନିବେଶକ ଏଥିପାଇଁ ଆଗେଇ ଆସିଥିଲେ।

ଅଭିଯୁକ୍ତମାନେ ସେଲ୍‌ସ୍‌ ଏଗ୍ରିମେଣ୍ଟ୍‌ ଜାଲିଆତି କରି ଏକା ଫ୍ଲାଟ୍‌କୁ ଅନେକ ଗ୍ରାହକଙ୍କୁ ବିକ୍ରୟ କରି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି।

ଅନୁରାଧା ପୌଡ଼ଓ୍ଵାଲ୍‌ କହନ୍ତି: ଅର୍ଥ ନିବେଶ ଉଦ୍ଦେଶ୍ୟରେ ମୁଁ ୨୦୧୩ରେ ୨ଟି ଫ୍ଲାଟ୍‌ ବୁକ୍‌ କରିଥିଲି, କିନ୍ତୁ ବିଲ୍‌ଡର୍‌ମାନେ ମୋତେ ଠକିଛନ୍ତି। ମୁଁ ଅର୍ଣ୍ଣାଲା ଥାନାରେ ଅଭିଯୋଗ ଦାଏର କରିଛି। ସେବେଠାରୁ ମୁଁ ଏଜେନ୍‌ସି ସହ ସହଯୋଗ କରୁଛି।

ସମ୍ବନ୍ଧିତ ଖବର