କର୍ଣ୍ଣାଟକରେ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଶଣ ବେଳେ ଗାୟକ କୌଳାସ ଖେର୍‌ଙ୍କ ଉପରେ ଆକ୍ରମଣ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗାୟକ କୈଳାସ ଖେର୍‌ଙ୍କ ଉପରେ ଆକ୍ରମଣ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, କର୍ଣ୍ଣାଟକର ହାମ୍ପିରେ ଆୟୋଜିତ ଉକ୍ତ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗାୟକ ଖେର୍‌ଙ୍କ ଉପରକୁ ବୋତଲଟାଏ ଫିଙ୍ଗାଯାଇଥିଲା।  ପୁଲିସ ତୁରନ୍ତ ବୋତଲ ଫିଙ୍ଗିଥିବା ବ୍ୟକ୍ତିଙ୍କୁ ଗିରଫ କରିଥିଲା।

‘ତେରି ଦିୱାନୀ’ ଏବଂ ‘ଚାନ୍ଦ୍‌ ସିଫାରିଶ୍‌’ ଭଳି ଗୀତ ପାଇଁ ସୁଖ୍ୟାତି ଅର୍ଜନ କରିଥିବା କୈଳାସଙ୍କୁ କନ୍ନଡ଼ ଗୀତ ଗାଇବାକୁ କହି ଦୁଇଜଣ ବ୍ୟକ୍ତି ଗୋଟାଏ ପାଣି ବୋତଲ ଫିଙ୍ଗିଥିଲେ।

Image Courtesy of ETimes

କିନ୍ତୁ, ଘଟଣା ପରେ ଗାୟକ ଖେର୍‌ଙ୍କ ବିଷୟରେ ଏବେ କୌଣସି ସୂଚନା ଏବେ ହସ୍ତଗତ ହୋଇନାହିଁ।

ଜାନୁଆରି ୨୭ରେ ଆରମ୍ଭ ହୋଇଥିବା ହାମ୍ପି ଉତ୍ସବ ଦେଖିବାକୁ ପ୍ରବଳ ଜନସମାବେଶ ‌ହେଉଛି। ନୂଆ ବିଜୟନଗର ଜିଲ୍ଲା ଗଠନ ହେବା ପରଠାରୁ ଏହି ଉତ୍ସବ ହେଉଛି ଏହି ଧରଣର ପ୍ରଥମ ଉତ୍ସବ। ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କଦ୍ବାରା ଉଦ୍‌ଘାଟିତ ଏହି ଉତ୍ସବ ନିମନ୍ତେ ଗାୟତ୍ରୀ ପୀଠ, ଏଡୁରୁ ବସବାନ୍ନ ବେଦିକେ, ହାମ୍ପି ବିରୁପାକ୍ଷେଶ୍ବର ବେଦୀକେ ଓ ସସୁବେକଲୁ ବେଦୀକେ ନାମରେ ଚାରିଟି ମଞ୍ଚ ସ୍ଥାପନ କରାଯାଇଛି।

ଖେର୍‌ଙ୍କ ବ୍ୟତୀତ, ଅର୍ଜୁନ ଜାନ୍ନାୟା, ବିଜୟ ପ୍ରକାଶ, ରଘୁ ଦୀକ୍ଷିତ, ଅନନ୍ୟା ଭଟ ଏବଂ ଅର୍‌ମାନ୍‌ ମଲିକ ଭଳି ଗାୟକମାନେ ମଧ୍ୟ ଏହି ଉତ୍ସବରେ ସଙ୍ଗୀତ ପରିବେଶଣ କରିଛନ୍ତି।

ଏହି ଉତ୍ସବରେ ସଙ୍ଗୀତ ପରିବେଶଣ କରିବାର ଦୁଇ ଦିନ ପୂର୍ବରୁ କୈଳାସ ଖେର୍‌ ତିନିଦିନିଆ ଉତ୍ତର ପ୍ରଦେଶ ଉତ୍ସବ ଲାଗି ଲକ୍ଷ୍ନୌରେ ଥିଲେ। ସେଠ‌ାରେ ସେ ସୁନ୍ଦର ସୁଫି ସଙ୍ଗୀତ ପରିବେଶଣ କରିଥିଲେ।

ସମ୍ବନ୍ଧିତ ଖବର