ପାଟନାରେ ଗାୟିକାଙ୍କୁ ଗଣଦୁଷ୍କର୍ମ

ବିହାର : ପାଟନାରେ ଜଣେ ଗାୟିକା ତିନିଜଣ ବ୍ୟକ୍ତିଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଶୁକ୍ରବାର ମଧ୍ୟରାତ୍ରିରେ ରାମକୃଷ୍ଣନଗରରେ ତିନିଜଣ ବ୍ୟକ୍ତି ଜେହାନାବାଦ ଜିଲ୍ଲାର ଜଣେ କଣ୍ଠଶିଳ୍ପୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପାଟଣାର ଜ୍ୟୋତି ବାବା ପଥରେ ଅନୁଷ୍ଠିତ ଏକ ବିବାହ ସମାରୋହରେ ସଙ୍ଗୀତ ପରିବେଷଣ କରିବା ପାଇଁ ତାଙ୍କୁ ଡକାଯାଇଥିଲା। ପୁଲିସ ସୂଚନାନୁସାରେ, ଏହି ତିନିଜଣ ବ୍ୟକ୍ତି ତାଙ୍କୁ ଏକ ପୃଥକ କୋଠରୀକୁ ନେଇ ଦୁଷ୍କର୍ମ କରିଥିଲେ। ଗାୟିକା କୌଣସି ପ୍ରକାରେ ଅଭିଯୁକ୍ତଙ୍କ କବଳରୁ ଖସି ଆସି ଅନ୍ୟ ଏକ କୋଠରୀରେ ପଶିଯାଇ ଭିତର ପଟରୁ କବାଟ ବନ୍ଦ କରି ପୁଲିସକୁ ଡାକିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବନ୍ଧୁକ ଜବତ କରିଛି।

ସମ୍ବନ୍ଧିତ ଖବର