ନୂଆଦିଲ୍ଲୀ : ମାଲେସିଆର ସଂସ୍ଥା ଆଇଆଇଏଚ୍କୁ ଫୋର୍ଟିସ୍ର ସେୟାର ବିକ୍ରି ମାମଲାରେ ଫୋର୍ଟିସ୍ ହେଲ୍ଥକେୟାରର ପୂର୍ବତନ ପ୍ରତିଷ୍ଠାତା ମାଲବିନ୍ଦର ସିଂହ ଓ ଶିବିନ୍ଦର ସିଂହଙ୍କୁ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ ଦଣ୍ଡ ଦେଇଛନ୍ତି। ଏହି ସେୟାର ବିକ୍ରିର ଫୋରେନ୍ସିକ୍ ଅଡିଟ୍ ତଦନ୍ତ ନିର୍ଦେଶ ଦିଆଯାଇଛି। ଉଭୟ ଭ୍ରାତାଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଫୋର୍ଟିସ୍ ଓ ଆଇଆଇଏଚ୍ ମଧ୍ୟରେ ହୋଇଥିବା ସେୟାର କିଣାବିକା ଉପରେ ଜାପାନର ଡାଇଇଚି ସାଙ୍କ୍ୟୋ ଆପତ୍ତି ଉଠାଇ ଆନ୍ତର୍ଜାତିକ ମଧ୍ୟସ୍ଥତା କୋର୍ଟର ଦ୍ବାରସ୍ଥ ହୋଇଥିଲା। ଡାଇଇଚିକୁ ୩୬୦୦ କୋଟି ଟଙ୍କା ଫେରାଇବାକୁ ଫୋର୍ଟିସ୍କୁ କୋର୍ଟ କହିଥିଲେ।
ଫୋର୍ଟିସ୍ର ପୂର୍ବତନ ପ୍ରତିଷ୍ଠାତା ସିଂହ ଭ୍ରାତାଙ୍କୁ ୬ ମାସ ଜେଲ୍
/sambad/media/post_attachments/wp-content/uploads/2022/09/shivinder-malvider-singh-ranbaxy.jpg)