କରୋନା ଆକ୍ରାନ୍ତ ହେଲେ କଂଗ୍ରେସର ଜାତୀୟ ମୁଖପାତ୍ର ଅଭିଷେକ ମନୁ ସିଂଘଭି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ଦିନକୁ ଦିନ ନୂଆ ମାମଲା ସଂଖ୍ୟା ବୃଦ୍ଧି ପାଉଛି। କରୋନା ସଂକ୍ରମଣର ଗତିକୁ ରୋକିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ ମଧ୍ୟ ଏହାର ବ୍ୟାପକ ପ୍ରଭାବ ବର୍ତ୍ତମାନ ସୁଦ୍ଧା ଦୃଶ୍ୟମାନ ହୋଇନାହିଁ। ପୂର୍ବରୁ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ କଂଗ୍ରେସର ଜାତୀୟ ମୁଖପାତ୍ର ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କର ସ୍ୱାବ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ଜଣା ପଡିଛି |

Congress leader Abhishek Manu Singhvi tests positive for ...
IndiaToday

ସବୁଠାରୁ ବଡ଼ କଥା ହେଲା, ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭିଙ୍କ ଠାରେ କରୋନା ଲକ୍ଷଣ ବିଶେଷ ଭାବେ ପରିଲକ୍ଷିତ ହୋଇନାହିଁ | ତେବେ ତାଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିଲେ ମଧ୍ୟ ତାଙ୍କ ସହ କାମ କରୁଥିବା ଅବଶିଷ୍ଟ କର୍ମଚାରୀଙ୍କ ସ୍ୱାବ ନମୁନା ରିପୋର୍ଟ ନେଗେଟିଭ ଆସିଛି । ଗତକାଲି ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ମହାରାଷ୍ଟ୍ରକୁ ଟପି ଯାଇଥିଲା | ବଢୁଥିବା ସଂକ୍ରମଣକୁ କମ କରିବା ପାଇଁ ଦିଲ୍ଲୀ ସରକାର ଆସନ୍ତାକାଲିଠାରୁ ସେରୋ ସର୍ଭେ ଆରମ୍ଭ କରୁଥିବା ବେଳେ କଣ୍ଟେନ୍ଟମେଣ୍ଟ ଜୋନରେ ଘରକୁ ଘର ବୁଲି କୋଭିଡ-୧୯ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି |

ସମ୍ବନ୍ଧିତ ଖବର