୧୧୯୭ କୋଟିରେ ମୋଟ ୮ଟି ପ୍ରକଳ୍ପକୁ ସିଙ୍ଗଲ ଓ୍ଵିଣ୍ଡୋ କ୍ଲିୟରାଂନ୍ସ ଅଥରିଟିର ମଂଜୁରୀ

ଭୁବନେଶ୍ୱର : ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ଵିଣ୍ଡୋ କ୍ଲିୟରାଂନ୍ସ ଅଥରିଟି ଆଜି ପ୍ରାୟ ୧୧୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଂଜୁରୀ ଦେଇଛି । ଏସବୁ ପ୍ରକଳ୍ପ ଦ୍ୱାରା ୫୧୬୨ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ସିଙ୍ଗଲ ଓ୍ଵିଣ୍ଡୋ କ୍ଲିୟରାଂନ୍ସ ଅଥରିଟିର ବୈଠକରେ ମୋଟ ୮ ଟି ନିବେଶ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି । ଏହି ୮ଟି ପ୍ରକଳ୍ପରେ ମୋଟ ୧୧୯୭ କୋଟି ଟଙ୍କା ନିବେଶ ହେବ । ଏସବୁ ନିବେଶଗୁଡ଼ିକ ଆଲୁମିନିୟମର ଆନୁଷଙ୍ଗିକ କ୍ଷେତ୍ର, ଇସ୍ପାତ ଓ ଖଣି, ପ୍ଲାଷ୍ଟିକ ପାଇପ, ଖାଦ୍ୟ ପ୍ରକ୍ରିୟାକରଣ ଆଦିରେ ଆସିଛି ।

ସମ୍ବନ୍ଧିତ ଖବର