ବ୍ଲୁ ହ୍ୱେଲକୁ ପରେ ଆତଙ୍କ ଖେଳାଉଛି ମୋମୋ ଚ୍ୟାଲେଞ୍ଜ ! ହ୍ୱାଟସଆପ୍ ଚାଟିଂ ଜରିଆରେ ଆସୁଛି ଆତ୍ମହତ୍ୟା ଲାଗି ନିର୍ଦ୍ଦେଶ

ମୃତ୍ୟୁର ଖେଳ ବ୍ଲୁ ହ୍ୱେଲ କଥା ଆପଣଙ୍କର ମନେଥିବ ନିଶ୍ଚୟ । କିଛି ଦିନ ପୂର୍ବରୁ ସମଗ୍ର ବିଶ୍ବରେ ଏହା ଚାଞ୍ଚଲ୍ୟ ଖେଳାଇ ଥିଲା। ଏହି ଘାତକ ଖେଳର ଶିକାର ହୋଇ ଅନେକ ନିରୀହ ଶିଶୁ ଓ ତରୁଣତରୁଣୀ ନିଜ ଜୀବନ ହାରିବାକୁ ବାଧ୍ୟ ହୋଇଥିଲେ । କାରଣ ଏହି ଖେଳରେ ରହିଥିଲା ଏଭଳି କିଛି ଟାସ୍କ ଯାହାକୁ ପୂରଣ କରି କରି ଶେଷ ପାଦରେ ଜୀବନ ଦେବାକୁ ପଡୁଥିଲା । ତେବେ ଏହି ଭୟଙ୍କର ଖେଳ ପାଇଁ କେତେ ଯେ ବାପାମାଆ ନିଜ ସନ୍ତାନକୁ ହରାଇବାକୁ ପଡିଥିଲା ତାହା ମନେ ପଡିଗଲେ ଏବେ ବି ଲୋମ ଟାଙ୍କୁରୀ ଉଠେ । ପରବର୍ତ୍ତୀ ସମୟରେ ଏହି ଖେଳକୁ ବ୍ୟାନ ମଧ୍ୟ କରିଦିଆଯାଇଥିଲା ହେଲେ ଏହା ସତ୍ୱେ ଏହି ଖେଳର ଭୟବହତା ଏବେ ବି ଲୋକଙ୍କ ମନରୁ ଲିଭିପାରିନାହିଁ । ତେବେ ବ୍ଲୁ ହ୍ୱେଲ ଭଳି ଆଉ ଏକ ମୃତ୍ୟୁର ଖେଳ ଏବେ ଆତଙ୍କ ଖେଳାଉଛି । ଯେଉଁଥିରେ ବ୍ଲୁ ହ୍ୱେଲ ଭଳି ମଧ୍ୟ ଅନେକ ଭୟଙ୍କର ଟାସ୍କ ରହିଛି । ଆଉ ଏହି ଟାସ୍କକୁ ପୂରଣ କରିବାକୁ ବାଧ୍ୟ କରାଯାଇଥାଏ ।

ବ୍ଲୁ ହ୍ୱେଲ ଗେମ ପରେ ଏବେ ସୋସିଆଲ ମିଡିଆରେ ଆଉ ଏକ ଚ୍ୟାଲେଞ୍ଜ ଭାଇରାଲ ହେଉଛି, ଯାହାକି ହ୍ୱାଟସଆପରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । ଆଉ ଏହି ଖେଳର ନାଁ ରହିଛି ମୋମୋ। ଏହି ଖେଳ ଆର୍ଜେଷ୍ଟିନା, ମେକ୍ସିକୋ, ଆମେରିକା, ଫ୍ରାନ୍ସ ଏବଂ ଜର୍ମାନୀ ଭଳି ଦେଶମାନଙ୍କରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଯାହାକି ପିଲାମାନଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇ ଥାଏ । ତେବେ ଏହି ମୋମୋ ଚ୍ୟାଲେଞ୍ଜ କେଉଁଠୁ ଆସିଲା, ଏହାର ନିର୍ମାତା କିଏ , ଏସଂପର୍କରେ ଏଯାବତ କୌଣସି ବି ସୂଚନା ମିଳିପାରିନାହିଁ ।

ମୋମୋ ଚ୍ୟାଲେଞ୍ଜ କ’ଣ ?

• ସୋସିଆଲ ମିଡିଆରେ ଏକ ହ୍ୱାଟସଆପ ନମ୍ବର ଭାଇରାଲ ହେଉଛି , ଯାହାକୁ ମୋମୋ ଚ୍ୟାଲେଞ୍ଜ ବୋଲି କୁହାଯାଉଛି । ଏହି ନମ୍ବରର ଏରିଆ କୋଡ ଜାପାନର ରହିଛି । ଦାବି ରହିଛି କି, ଯିଏ ବି ଏହି ନମ୍ବରରେ କଥା ହେଉଛି, ସେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛି ।

• କୁହାଯାଉଛି କି, ମୋମୋ ଚ୍ୟାଲେଞ୍ଜର ଟାସ୍କ ମଧ୍ୟ ବ୍ଲୁ ହ୍ୱେଲ ଗେମ ଭଳି ହିଁ ରହିଛି ଏବଂ ଏହା ମଧ୍ୟ ଲୋକଙ୍କୁ ମରିବାକୁ ଉସକାଇଥାଏ ।

କିଭଳି କାମ କରିଥାଏ ?

foxnews.com

• ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସର୍ବପ୍ରଥମେ ୟୁଜର୍ସଙ୍କୁ ଏକ ଅଜ୍ଞାତ ନମ୍ବରରୁ ମେସେଜ କରିବାକୁ ଚ୍ୟାଲେଞ୍ଜ ଦିଆଯାଇଥାଏ ।

• ନମ୍ବର ସେଭ କରିବା ପରେ ଏହି ନମ୍ବରରୁ କଥା ହେବାକୁ ଚ୍ୟାଲେଞ୍ଜ ଦିଆଯାଇଥାଏ । ମେସେଜ କରିବା କ୍ଷଣି ହିଁ ଏହି ନମ୍ବରରୁ ୟୁଜରଙ୍କୁ ଅନେକ ଗୁଡିଏ ଭୟଙ୍କର ଫଟୋ ପଠାଯାଇଥାଏ ।

• ଏହାପରେ ୟୁଜରଙ୍କୁ କିଛି ଟାସ୍କ ମଧ୍ୟ ଦିଆଯାଇଥାଏ, ଯାହାକୁ ନକଲେ ଧମକ ଦିଆଯାଇଥାଏ ।

ସାମ୍ନାକୁ କିଭଳି ଆସିଲା

• ବୁଏନ୍ସଏୟାରିସ୍ ଟାଇମ୍ସରେ ପ୍ରକାଶିତ ଖବର ମୁତାବକ, କିଛିଦିନ ତଳେ ଆର୍ଜେଣ୍ଟିନାରେ ଜଣେ ୧୨ ବର୍ଷର ପିଲା ଆତ୍ମହତ୍ୟା କରିଥିଲା । ଆତ୍ମହତ୍ୟା କରିବା ପୂର୍ବରୁ ସେ ନିଜ ମୋବାଇଲ ଫୋନରେ ନିଜର ଏକ ଭିଡିଓ ରେକର୍ଡ କରିଥିଲା ।

• ପୁଲିସର ସନ୍ଦେହ ରହିଛି କି ପିଲାଟିକୁ ଆତ୍ମହତ୍ୟା କରିବାକୁ ଉସକା ଯାଇଥିଲା ଏବଂ ଜଣେ ୧୮ ବର୍ଷର ଯୁବକକୁ ପୁଲିସ ଖୋଜୁଛି , ଯିଏ କି ମୃତ ପିଲାଟିର ସଂପର୍କରେ ଥିଲା ।

• ପୁଲିସ କହିବା କଥା ହେଲା କି, ଉକ୍ତ ଯୁବକକୁ ଖୋଜିବା ପାଇଁ ପିଲାଟିର ମୋବାଇକୁ ହ୍ୟାକ କରାଯାଇଛି ଏବଂ ଉଭୟଙ୍କ ମଧ୍ୟରେ ଯାହାବି ଚାର୍ଟିଂ ହୋଇଛି ତାକୁ ବି ବାହାର କରାଯାଉଛି ।

• ସେହିପରି ପୁଲିସର ସନ୍ଦେହ ରହିଛି କି, ମୋମୋ ଚ୍ୟାଲେଂଜକୁ ପୂରା କରିବା ପାଇଁ ପିଲାଟିକୁ ନିଜ ଆତ୍ମହତ୍ୟା ଭିଡିଓ ସୋସିଆଲ ମିଡିଆରେ ସେୟାର କରିବାକୁ କୁହାଯାଇଥିଲା ।

ଏହି ମୃତ୍ୟୁର ଖେଳରୁ ନିଜ ପିଲାଙ୍କୁ କିଭଳି ରକ୍ଷା କରିବେ

ବର୍ତ୍ତମାନ ଭାରତରେ ଏହି ମୃତ୍ୟୁର ଖେଳ ତଥା ମୋମୋ ଚ୍ୟାଲେଂଜର ଭୟ ନାହିଁ, ହେଲେ ଏହି ଖେଳ ସୋସିଆଲ ମିଡିଆ ଜରିଆରେ ବି ବ୍ୟାପିପାରେ । ଏଥିପାଇଁ ଏଥିରୁ ପିଲାମାନଙ୍କୁ କିଭଳି ରକ୍ଷା କରିବେ ସେନେଇ କିଛି କଥା ଉପରେ ଧ୍ୟାନ ଦିଅନ୍ତୁ ।

• ଯଦି ଆପଣଙ୍କ ପିଲା ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛି ତେବେ ତାଙ୍କ ଉପରେ ସବୁବେଳେ ନଜର ରଖନ୍ତୁ ।

• ପିଲାମାନଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ କି ଯଦି ସେମାନଙ୍କ ନିକଟକୁ କୌଣସି ବି ଅଜ୍ଞାତ ନମ୍ବରରୁ ମେସେଜ ଆସୁଛି ତେବେ ସେ ନମ୍ବରକୁ ଆଭୋଏଡ କରନ୍ତୁ ।

• ସେହିପରି ଯଦି ପିଲାଙ୍କ ବ୍ୟବହାରରେ ହଠାତ୍ କିଛି ପରିବର୍ତ୍ତନ ପରିଲକ୍ଷୀତ ହେଉଛି ତେବେ ତୁରନ୍ତ କୌଣସି ଭଲ ମନସ୍ତତ୍ୱ ବିଶେଷଜ୍ଞ ସହ ଯୋଗାଯୋଗ କରନ୍ତୁ ।

ସମ୍ବନ୍ଧିତ ଖବର