ଟୋକିଓ: ଅସୁସ୍ଥତା କାରଣରୁ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆଜି ନିଜ ପଦ ଛାଡିଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଆବେଙ୍କୁ ଦ୍ୱିତୀୟ ଥର ପାଇଁ ତାଙ୍କ ପଦ ଛାଡିବାକୁ ପଡିଛି | ଏହାପୂର୍ବରୁ ସେ ୨୦୦୭ ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତଥାପି, ୨୦୧୨ ରେ ବହୁମତ ଭୋଟ ପାଇ ପୁନର୍ବାର କ୍ଷମତାକୁ ଫେରିଥିଲେ। ସିଞ୍ଜୋ ଆବେଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କ ନୂତନ ସମ୍ପର୍କ ଯୋଡିଥିଲା। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ମୂଳଦୁଆକୁ ଆହୁରି ଦୃଢ କରିଥିଲା।

Advertisment

ସମ୍ପ୍ରତି ଜାପାନ ଭାରତର ମେଟ୍ରୋ, ବୁଲେଟ୍ ଟ୍ରେନ୍, ବୌଦ୍ଧ ଧର୍ମ ବିସ୍ତାର, ବ୍ୟବସାୟ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ପ୍ରମୁଖ ଅଂଶୀଦାର ରହିଛି | ଏହାର କାରଣ ହେଉଛି ଗତ କିଛି ବର୍ଷ ମଧ୍ୟରେ ଜାପାନ ଏବଂ ଭାରତ ନିକଟତମ ବନ୍ଧୁ ହୋଇପାରିଛନ୍ତି। ୨୦୧୨ ରେ ଜାପାନର ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୧ ତୁଳନାରେ ଭାରତରେ ଜାପାନର ଏଫଡିଆଇ ୧୯.୮ ପ୍ରତିଶତ ବୃଦ୍ଧି ପାଇ ୨୭୮୬ ମିଲିୟନ ଡ଼ଲାରରେ ପହଞ୍ଚିଛି।

ତେବେ ସିଞ୍ଜୋ ଆବେ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରିଛନ୍ତି | ମୋଦୀ ଟ୍ୱିଟରରେ ଲେଖିଛନ୍ତି ଯେ ଆପଣଙ୍କର ଅସୁସ୍ଥତା ବାବଦରେ ଶୁଣି ଦୁଃଖ ଲାଗିଲା | ମୋର ପ୍ରିୟ ସାଙ୍ଗ ଆବେ ଆପଣଙ୍କ ନେତୃତ୍ୱରେ ଭାରତ ଜାପାନ ମଧ୍ୟରେ ସମ୍ପର୍କ ଖୁବ ଦୃଢ ହୋଇଛି | ଆପଣଙ୍କ ଆଶୁ ଆରୋଗ୍ୟ କାମନା କରୁଛି |