ପାଟନା: ବିହାରରେ ଚାଲିଥିବା ଭୋଟର ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ କମିସନଙ୍କ ସଦ୍ୟତମ ଅପଡେଟ୍ ଅନୁଯାୟୀ, ବିହାରରେ ଯେଉଁ ଭୋଟରମାନେ ସେମାନଙ୍କ ଠିକଣାରେ ମିଳୁନାହାଁନ୍ତି ସେମାନଙ୍କ ସଂଖ୍ୟା ୩୫ ଲକ୍ଷରୁ ବୃଦ୍ଧି ପାଇ ପ୍ରାୟ ୩୭ ଲକ୍ଷ ହୋଇଛି। ଅର୍ଥାତ ଭୋଟର ତାଲିକାରୁ ଏହି ୩୭ ଲକ୍ଷ ଭୋଟରଙ୍କ ନାଁ କଟିବା ନିଶ୍ଚିତ । ତେବେ ଏହାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇବାର ସମ୍ଭାବନା ରହିଛି ।
ଏହି ୩୭ ଲକ୍ଷଙ୍କ ମଧ୍ୟରୁ କିଛିଙ୍କ ମୃତ୍ୟୁ ହୋଇଛି, କିଛି ଅନ୍ୟାନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି ଓ ସେମାନେ ସେଠାରେ ନିଜ ନାଁ ପଂଜୀକରଣ କରାଇଛନ୍ତି । ଏପରି ପରିସ୍ଥିତିରେ, ଯଦି ବିଏଲଏ (ବୁଥ୍ ଲେବଲ୍ ଏଜେଣ୍ଟ) ଦ୍ୱାରା କ୍ରସ୍ ଯାଞ୍ଚ ପରେ ମଧ୍ୟ ଏହି ସୂଚନା ସଠିକ୍ ବୋଲି ଜଣାପଡ଼େ, ତେବେ ଏହି ଲୋକଙ୍କ ନାମ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ଦିଆଯିବ।
ନିର୍ବାଚନ କମିସନଙ୍କ ଦ୍ବାରା କରାଯାଉଥିବା ଏହି ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ୯୪.୬୮ ପ୍ରତିଶତ ଭୋଟରଙ୍କୁ ସାମିଲ କରାଯାଇସାରିଛି । ଅର୍ଥାତ ଏପର୍ଯ୍ୟନ୍ତ ମୋଟ ୭ କୋଟି ୮୯ ଲକ୍ଷ ୬୯ ହଜାର ୮୪୪ ଭୋଟରଙ୍କ ମଧ୍ୟରୁ ୭ କୋଟି ୪୮ ଲକ୍ଷ ୫୯ ହଜାର ୬୩୧ ଭୋଟରଙ୍କ ନାମ ଯାଞ୍ଚ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/18/sir-2025-07-18-22-59-22.jpg)