କରୋନା ଲଢେଇ ପାଇଁ ଶିରିଡି ସାଇବାବା ଟ୍ରଷ୍ଟ ଦେଲା ୫୧ କୋଟିର ସହାୟତା ରାଶି

ମୁମ୍ବାଇ: ସାରା ବିଶ୍ୱରେ କରୋନା ଭାଇରସ୍ ମହାମାରୀ ୨୪୨୯୩ ଜୀବନ ନେଇଥିବାବେଳେ ୫୪୦୮୦୭ ଲୋକ ସଂକ୍ରମିତ ହୋଇଛନ୍ତି | ତେବେ କରୋନାକୁ ମୁକାବିଲା କରିବାର ଏହି ଲଢେଇରେ ଶିରିଡିର ପ୍ରସିଦ୍ଧ ଶ୍ରୀ ସାଇ ବାବା ସଂସ୍ଥାନ ଟ୍ରଷ୍ଟ ମାରାତ୍ମକ କୋଭିଡ-୧୯ ସହିତ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୧ କୋଟି ଟଙ୍କା ଦାନ କରିଛି। ମହାରାଷ୍ଟ୍ରରେ କରୋନା ଭାଇରସ୍ ବିସ୍ତାରକୁ ରୋକିବା ଉଦ୍ଦେଶ୍ୟରେ ଶିରିଡିର ସାଇବାବା ମନ୍ଦିରର କର୍ତ୍ତୃପକ୍ଷ ମାର୍ଚ୍ଚ ୧୭ରୁ ଏହାର ଭକ୍ତମାନଙ୍କ ପାଇଁ ମନ୍ଦିର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।

କେବଳ ଶ୍ରୀ ସାଇ ବାବା ସଂସ୍ଥାନ ଟ୍ରଷ୍ଟ ନୁହେଁ, ପାଟଣାର ମହାବୀର ମନ୍ଦିର ଟ୍ରଷ୍ଟ ମଧ୍ୟ ମହାମାରୀର ମୁକାବିଲା ପାଇଁ ଦାନ କରିଛନ୍ତି। ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ଦାନ ଦିଆଯାଇଥିଲା । ଟ୍ରଷ୍ଟର ସଚିବ ଆଚାର୍ଯ୍ୟ କିଶୋର କୁନାଲ କହିଛନ୍ତି ଯେ ବିପର୍ଯ୍ୟୟରୁ ମୁକ୍ତି ପାଇବା ଏବଂ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସରକାରଙ୍କ ଯୋଜନାକୁ ମଜବୁତ କରିବା ଆମର ମୂଳ ଉଦ୍ଦେଶ୍ୟ। ଗତକାଲି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩୩.୮୧ କୋଟି ଟଙ୍କା ଦାନ କରିଛି। ଏଠାରେ ସୂଚନା ଥାଉ କି ଦେଶରେ ମୋଟ କରୋନା ଭାଇରସ୍ ପଜିଟିଭ୍ ମାମଲା ୭୨୪ କୁ ବୃଦ୍ଧି ପାଇଛି |

ସମ୍ବନ୍ଧିତ ଖବର