ନୂଆଦିଲ୍ଲୀ: ବର୍ଷୀୟାନ୍ ପଶ୍ଚିମବଙ୍ଗ ସାଂସଦ ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବାପା ଶିଶିର ଅଧିକାରୀଙ୍କୁ ‘ୱାଇ+’ ବର୍ଗର ସୁରକ୍ଷା ଯୋଗାଇ ଦେବା ଲାଗି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ବ୍ୟବସ୍ଥା କରୁଛି।
ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ସାଂସଦ ଶିଶିର ଅଧିକାରୀ ଏବଂ ସାଂସଦ ଦିବ୍ୟେନ୍ଦୁ ଅଧିକାରୀଙ୍କୁ ଗୃହ ବ୍ୟାପାର ମନ୍ତ୍ରାଳୟ ‘ୱାଇ+’ ବର୍ଗର ସୁରକ୍ଷା ଯୋଗାଇ ଦେବ। ତେଣୁ, ସେମାନଙ୍କ ସୁରକ୍ଷା ନିମନ୍ତେ ‘ସିଆର୍ପିଏଫ୍’ର କର୍ମଚାରୀମାନଙ୍କୁ ମୁତୟନ କରାଯିବ।
Image Courtesy of Siliguri Times‘ବିଜେପି’ରେ ଯୋଗ ଦେବା ଲାଗି ଶୁଭେନ୍ଦୁ ଅଧିକାରୀ ନିଷ୍ପତ୍ତି ନେବା ପରେ ପୂର୍ବରୁ ଶାସକ ‘ତୃଣମୂଳ କଂଗ୍ରେସ’ର ସଦସ୍ୟ ଥିବା ଅଧିକାରୀ ପରିବାର ‘ତୃଣମୂଳ କଂଗ୍ରେସ’ ଓ ମମତା ବାନାର୍ଜୀଙ୍କଠାରୁ ସମ୍ପର୍କ ଛିନ୍ନ କରିଥିଲେ। ପଶ୍ଚିମବଙ୍ଗ ନିର୍ବାଚନର ପୂର୍ବରୁ ଏକ ପ୍ରଚାର ରାଲିରେ ଶିଶିର ଅଧିକାରୀ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ।
Image Courtesy of India Todayମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁକାବିଲା କରିବା ଲାଗି ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ମନୋନୀତ କରିଛି। ନନ୍ଦୀଗ୍ରାମ ଆସନରୁ ବିପୁଳ ସଂଖ୍ୟାରେ ବିଜୟ ଲାଭ କରି ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ଶକ୍ତ ଆଘାତ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୯୪ ଆସନବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ୭୭ଟି ଆସନରେ ବିଜୟୀ ହୋଇ ବିଜେପି ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Sisir-Adhikar-to-Get-Y-Plus-Securty_Thumbnail.jpg)