ଥିରୁଅନନ୍ତପୁରମ୍ : ଦୀର୍ଘ ୨୮ ବର୍ଷ ପରେ କେରଳର ସିଷ୍ଟର ଅଭୟା ହତ୍ୟା ମାମଲାରେ ଦୋଷୀ ପାଦ୍ରୀ ଏବଂ ନନ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଗତକାଲି ଫାଦର ଥୋମାସ କଟ୍ଟୁର ଏବଂ ସିଷ୍ଟର ସେଫି ସିଷ୍ଟର ଅଭୟା ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିଲେ। ଆଜି ସିବିଆଇ କୋର୍ଟ ଏହି ମାମଲାରେ ଦଣ୍ଡାଦେଶ ଶୁଣାଇ ଉଭୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଉଭୟ ପାଦ୍ରୀ ଏବଂ ନନ୍ଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ କରାଯାଇଛି। ପାଦ୍ରୀ ଥୋମାସ କଟ୍ଟୁର ବିସପ୍ଙ୍କ ସଚିବ ଥିଲେ ଏବଂ କୋଟ୍ଟାୟମ୍ର ବିସିଏମ୍ କଲେଜ୍ରେ ସିଷ୍ଟର୍ ଅଭୟାଙ୍କୁ ସାଇକୋଲୋଜି ପଢ଼ାଉଥିଲେ। ସିବିଆଇ ଚାର୍ଜସିଟ୍ ଅନୁଯାୟୀ ହତ୍ୟାକାଣ୍ଡ ଦିନ ସିଷ୍ଟର ଅଭୟା ପଢ଼ିବା ପାଇଁ ବଡ଼ି ଭୋର ସମୟରେ ଉଠି ଯାଇଥିଲେ। ସେ ପାଣି ପାଇଁ କିଚେନ୍କୁ ଯାଉଥିବା ସମୟରେ ବାଟରେ ପାଦ୍ରୀ କଟ୍ଟୁର ଏବଂ ଅନ୍ୟ ଜଣେ ଫାଦର ଜୋସ୍ ପୁଥ୍ରିକୟିଲ୍ ଏବଂ ସିଷ୍ଟର୍ ସେଫିଙ୍କୁ ଅସଂଯତ ଅବସ୍ଥାରେ ଦେଖିଥିଲେ। କାଳେ ସେ ଏକଥା କାହାକୁ କହିଦେବେ ସେଥିପାଇଁ ସେମାନେ ସିଷ୍ଟର ଅଭୟାଙ୍କୁ ହତ୍ୟାକରି କୂଅରେ ଫିଙ୍ଗି ଦେଇଥିଲେ।
ସିଷ୍ଟର ଅଭୟା ହତ୍ୟା ମାମଲା: କେରଳ ପାଦ୍ରୀ, ନନ୍ଙ୍କୁ ଆଜୀବନ କାରାଦଣ୍ଡ
/sambad/media/post_attachments/wp-content/uploads/2020/12/56h4sf56h4f5s6h4f5s64hf5s6fhhsfsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)