ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଆଉ ଦୁଇ ଗିରଫ

ଚେନ୍ନାଇ: ମହିଳା ସାମ୍ବାଦିକ ତଥା ସାମାଜିକ କର୍ମୀ ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ ଆଇ ଟି) ଆଉ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଉଛନ୍ତି ଊତ୍ତର କର୍ଣ୍ଣାଟକ ହୁବାଲି ଅଞ୍ଚଳର ଗଣେଶ ମୁସ୍‌କିନ (୨୭ ବର୍ଷ) ଓ ଅମିତ ବାଦି(୨୭ ବର୍ଷ)। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଛି। ଉଭୟଙ୍କୁ ୬ ଦିନ ପାଇଁ ପୁଲିସ ରିମାଣ୍ଡରେ ନେଇଛି।


ଏସଆଟିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଦୁଇ ଅଭିଯୁକ୍ତଙ୍କ ଗିରଫ ସହିତ ଗୌରୀ ଲଙ୍କେଶ ହତ୍ୟା ମାମଲାରେ ମୋଟ୍‌ ୯ ଜଣଙ୍କୁ ଗିରଫ କରାଯାଇଛି। ୨୦୧୭ ମସିହା ସେପ୍ଟମ୍ବର ୫ ତାରିଖ ସନ୍ଧୃା ବେଳେ ମୋଟର ସାଇକେଲରେ ଆସି ଗୌରୀ ଲଙ୍କେଶଙ୍କୁ ତାଙ୍କ ଘର ନିକଟରେ ଗୁଳି କରି ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଗତ ସପ୍ତାହରେ ଏସଆଇଟି ପକ୍ଷରୁ ମୋହନ ନାୟକ ନାମକ ଜଣେ ଆୟୁର୍ବେଦ ଡାକ୍ତରଙ୍କୁ ଗିରଫ କରାଯାଇଥିଲ।ା ଶ୍ରୀ ନାୟକଙ୍କ ଗିରଫ ପରେ ତାଙ୍କ ସହିତ ସମ୍ପୃକ୍ତ ଗଣେଶ ଓ ଅମିତଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଏସଆଇଟି ନବୀନ କୁମାର, ସୁଜିତ କୁମାର, ଅମୋଲ କାଲେ, ଅମିତ ଦିଘଓ୍ଵିକର, ମନୋହର ୟେଦଭେ ଓ ପର୍ଶୁର୍ରାମ ଓ୍ଵାଘମାରେଙ୍କୁ ଗିରଫ କରିଥିଲା। ଅମୋଲ ଠାରୁ ଜବତ ଏକ ଡାଏରିରୁ ମୋହନ ନାୟକଙ୍କ ବିଷୟରେ ସୂଚନା ପାଇ ଏସଆଇଟି ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର