ପେନଡ୍ରାଇଭ ଖୋଲିବ ଚିନ୍ମୟାନନ୍ଦଙ୍କ ଅପରାଧ ସାମ୍ରାଜ୍ୟର ରହସ୍ୟ : ୪୩ଟି ଭିଡିଓ ଥିବା ପେନଡ୍ରାଇଭ୍‌ ଏସଆଇଟିକୁ ଦେଲେ ପୀଡିତା ଛାତ୍ରୀ

ଶାହାଜାହାନପୁର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ସ୍ନାତକୋତ୍ତର ଛାତ୍ରୀ ଆଜି ଏହି ମାମଲାର ତଦନ୍ତ କରୁଥିବା ଏସଆଇଟିକୁ ଏକ ପେନ ଡ୍ରାଇଭ ପ୍ରଦାନ କରିଛନ୍ତି । ଏହି ପେନଡ୍ରାଇଭରେ ଚିନ୍ମୟାନନ୍ଦଙ୍କ ଅପରାଧିକ କାର୍ଯ୍ୟକଳାପର ପ୍ରମାଣ ଥିବା ୪୩ଟି ଭିଡିଓ ରହିଛି । ଆଜି ମଧ୍ୟ ଏସଆଇଟି ପକ୍ଷରୁ ଛାତ୍ରୀଙ୍କ ମାଙ୍କୁ ପଚରାଉଚୁରା ପାଇଁ ଡକାଇଥିଲା ।
ଶୁକ୍ରବାରଦିନ ଏସଆଇଟି ଚିନ୍ମୟାନନ୍ଦଙ୍କ ଶୟନ କକ୍ଷକୁ ବୁଲିଦେଖିବା ସହ ବିଭିନ୍ନ ପ୍ରମାଣ ସଂଗ୍ରହ କରିଥିଲା । ଏହା ସହିତ ସଂପୃକ୍ତ ଛାତ୍ରୀଙ୍କୁ ମଧ୍ୟ ଜେରା କରାଯାଇଥିଲା । ତାଙ୍କ ପାଖରେ ଯାହାବି ପ୍ରମାଣ ରହିଛି ତାହାକୁ ପ୍ରଦାନ କରିବାକୁ ଏସଆଇଟି ପକ୍ଷରୁ ଛାତ୍ରୀଙ୍କୁ କୁହାଯାଇଥିଲା । ସେହିପରି ଗତ ଗୁରୁବାରଦିନ ଏସଆଇଟି ପକ୍ଷରୁ ଚିନ୍ମୟାନନ୍ଦଙ୍କୁ ଦୀର୍ଘ ସାତ ଘଣ୍ଟା ଧରି ଜେରା କରାଯାଇଥିଲା । ଏହାସହିତ ତାଙ୍କ ଆଶ୍ରମ ଦିବ୍ୟଧାମକୁ ଏସଆଇଟି ପକ୍ଷରୁ ସିଲ କରିଦିଆଯାଇଛି ।

ସମ୍ବନ୍ଧିତ ଖବର