ଚଣ୍ଡୀଗଡ଼: ଶିବସେନା ନେତା ସୁଧୀର ସୁରିଙ୍କୁ ଗୁଳି ମାରି ହତ୍ୟା ଘଟଣାର ହେବ ଏସଆଇଟି ତଦନ୍ତ | ଅମୃତସର ପୁଲିସ କମିଶନର ଏନେଇ ସୂଚନା ଦେଇଛନ୍ତି | ଉଲ୍ଲେଖ ଥାଉ କି ଶୁକ୍ରବାର ଦିନ ପଂଜାବର ଅମୃତସରରେ ଗୁଳି କରି ହତ୍ୟା କରାଯାଇଥିଲା । ସୁରି ଶିବସେନା (ତକ୍ସାଲି)ର ସଭାପତି ଥିବାବେଳେ ସେ ଅନ୍ୟ ନେତାମାନଙ୍କ ସହ ଧାରଣାରେ ବସିଥିବାବେଳେ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଆଉ ଏହି ଘଟଣା ପରେ ଅନେକ ସ୍ଥାନରେ ପ୍ରଦର୍ଶନ କରାଯାଇଥିଲା ଏବଂ ପରିବାର ସଦସ୍ୟମାନେ ମଧ୍ୟ ମୃତଦେହ ସଂସ୍କାର କରିବାକୁ ମନା କରିଦେଇଥିଲେ। ତେବେ ପୁଲିସର ପ୍ରତିଶୃତି ପରେ ପରିବାର ସଦସ୍ୟ ରବିବାର ଦିନ ଶିବସେନା ନେତାଙ୍କ ମୃତଦେହ ସଂସ୍କାର କରିଥିଲେ।
ତେବେ, ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯେ ଶିବସେନା ନେତାଙ୍କ ହତ୍ୟା ଘଟଣା ପାଇଁ ଏସଆଇଟି ଗଠନ କରାଯାଇଛି, ଯାହା ସମଗ୍ର ଘଟଣାର ତଦନ୍ତ କରିବ। ଏହି ପ୍ରସଙ୍ଗରେ ଅମୃତସର ପୁଲିସ କମିଶନର ଅରୁଣ ପାଲ ସିଂ କହିଛନ୍ତି ଯେ ସୁଧୀର ସୁରୀ ହତ୍ୟା ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଆମେ ଏସଆଇଟି ଗଠନ କରିଛୁ। ତଦନ୍ତ ପରେ ଯେଉଁମାନଙ୍କ ନାମ ସାମ୍ନାକୁ ଆସିବ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି |
ସୂଚନା ଥାଉ କି ଯେ ନଭେମ୍ବର ୪ ରେ ଅମୃତସର ମାଜିଥା ରୋଡରେ ଗୋପାଳ ମନ୍ଦିର ବାହାରେ ଧାରଣାରେ ବସିଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସୁରି ଦୀର୍ଘ ବର୍ଷ ଧରି ଅନେକ ଗ୍ୟାଙ୍ଗଷ୍ଟରଙ୍କ ହିଟ୍ ଲିଷ୍ଟ୍ରେ ଥିଲେ। ପ୍ରାୟ ୮ ଜଣ ପଂଜାବ ପୁଲିସ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିଲେ। ଏହି ଆକ୍ରମଣ ପରେ ପୁଲିସ ସନ୍ଦୀପ ନାମକ ଅଭିଯୁକ୍ତକୁ ଗିରଫ କରିଥିଲା | ତେବେ ଦୁଇଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ସହଯୋଗୀ ଖସି ପଳାଇଥିଲେ | ଏଥି ସହିତ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ସାତ ଦିନିଆ ପୁଲିସ ହେପାଜତକୁ କୋର୍ଟ ପଠାଇ ଦେଇଛନ୍ତି । ଏହା ସହିତ ଶିବସେନା ନେତାଙ୍କ ଘର ଚାରିପାଖରେ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/image.jpg)