ଶ୍ରୀନଗର ବିମାନବନ୍ଦରରେ ସିପିଆଇ(ଏମ୍‌)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଓ ସିପିଆଇର ସାଧାରଣ ସମ୍ପାଦକ ଡି ରାଜା ଅଟକ

ଶ୍ରୀନଗର: ଆଜି ଜାମ୍ମୁ -କଶ୍ମୀର ଗସ୍ତରେ ଯାଇଥିବା ସିପିଆଇ(ଏମ୍‌)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଓ ସିପିଆଇର ସାଧାରଣ ସମ୍ପାଦକ ଡି ରାଜାଙ୍କୁ ନୱାଜ ସରିଫଙ୍କ ଭଳି ଅବସ୍ଥା ଭୋଗିବାକୁ ପଡ଼ିଛି । ଏହି ଦୁଇ ବାମପନ୍ଥୀ ନେତା ଆଜି ସେମାନଙ୍କ ଦଳର କର୍ମୀମାନଙ୍କୁ ଭେଟିବାକୁ ଯାଇଥିବା ବେଳେ ୟେଚୁରୀ ଓ ରାଜାଙ୍କୁ ଶ୍ରୀନଗର ବିମାନବନ୍ଦରରେ ଅଟକ ରଖା ଯାଇଥିବା ସୂଚନା ମିଳିଛି ।

ୟେଚୁରୀ ଏ ନେଇ ପୂର୍ବରୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ପତ୍ର ଲେଖି ଜଣାଇଥିଲେ  । ସେ ଲେଖିଥିଲେ ଯେ ଆଶା କରୁଛି କି ପ୍ରଶାସନ କୌଣସି ବାଧା ସୃଷ୍ଟି କରିବ ନାହିଁ ବୋଲି ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ।

Image result for d raja
PHOTO-DECCAN HERALD

ସେହିପରି ଡି. ରାଜାଙ୍କୁ ମଧ୍ୟ ବିମାନବନ୍ଦରରେ ଅଟକ ରଖାଯାଇଛି । ସେ ମଧ୍ୟ ପୂର୍ବରୁ ରାଜ୍ୟପାଳଙ୍କୁ ପତ୍ର ଲେଖି କହିଥିଲେ ଯେ ସାଧାରଣ ସମ୍ପାଦକ ହିସାବରେ ଦଳର ନେତାଙ୍କୁ ଭେଟିବାକୁ ପ୍ରଶାସନ ଅନୁମତି ଦେବ ବୋଲି ଆଶା କରୁଛି । ତେବେ ଏହି ଦୁଇ ନେତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଅଟକ ରଖାଯାଇଥିବା କୁହାଯାଇଛି ।

ସମ୍ବନ୍ଧିତ ଖବର