ନୂଆଦିଲ୍ଲୀ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ-ଏମ୍)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଦିଲ୍ଲୀ ଏମ୍ସର  ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

Advertisment

କିଛି ଦିନ ତଳେ ସୀତାରାମ ୟେଚୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଫୁସଫୁସରେ ସମସ୍ୟା ରହିଛି ବୋଲି ଡାକ୍ତର କହିଛନ୍ତି। ଏମ୍ସର ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି।

ସୀତାରାମ ୟେଚୁରୀ ଭାରତୀୟ ରାଜନୀତିର ଜଣେ ଜଣାଶୁଣା ଚେହେରା । ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ସାଧାରଣ ସମ୍ପାଦକ ମଧ୍ୟ ଅଟନ୍ତି । ସୀତାରାମ ୟେଚୁରୀ ଜଣେ ତାମିଲ ବ୍ରାହ୍ମଣ ପରିବାରର ଅଟନ୍ତି । ୟେଚୁରୀ ରାଜ୍ୟସଭା ସାଂସଦ ଥିବା ବେଳେ ୨୦୧୬ରେ ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଥିଲେ। ୟେଚୁରୀ ୧୯୭୪ମସିହାରେ ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସ୍ ଏଫ୍ ଆଇ)ରେ ଯୋଗ ଦେଇଥିଲେ। ବର୍ଷକ ମଧ୍ୟରେ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ସଦସ୍ୟ ହୋଇଥିଲେ।