ଥିରୁବନନ୍ତପୁରମ୍, : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବରିଷ୍ଠ କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କୁ ଥିରୁବନନ୍ତପୁରମ୍ର ଏକ ହସ୍ପିଟାଲ୍ରେ ସାକ୍ଷାତ କରିଛନ୍ତି। ବ୍ୟସ୍ତତା ସତ୍ତ୍ବେ ନିର୍ମଳା ସମୟ ଦେଇ ଆହତ ଥରୁର୍ଙ୍କୁ ଭେଟିଥିବାରୁ ଏଥିରେ ସେ ବେଶ୍ ଖୁସି ହୋଇଛନ୍ତି। ଟ୍ବିଟର୍ରେ ନିଜର ଭାବନା ପ୍ରକାଶ କରି ଥରୁର୍ କହିଛନ୍ତି ଯେ ଭାରତୀୟ ରାଜନୀତିରେ ଶିଷ୍ଟାଚାର ଏବେ ଏକ ଦୁର୍ଲଭ ଗୁଣ। କିନ୍ତୁ ପ୍ରବଳ ବ୍ୟସ୍ତତା ସତ୍ତ୍ବେ ନିର୍ମଳାଙ୍କର ଏଭଳି କାର୍ଯ୍ୟ ରାଜନୀତିରେ ଶିଷ୍ଟତାର ଏକ ଜ୍ବଳନ୍ତ ଉଦାହରଣ। ୬୩ ବର୍ଷୀୟ କଂଗ୍ରେସ ନେତା ଥରୁର୍ ଗତକାଲି ଏକ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ସମୟରେ ଆହତ ହୋଇଥିଲେ। ପୂଜାର ନିୟମ ଅନୁଯାୟୀ ସେ ଏକ ନିକିତିରେ ବସିଥିବାବେଳେ ଏହା ଛିଣ୍ଡି ପଡ଼ିବାରୁ ଶଶିଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ସଙ୍ଗେସଙ୍ଗେ ତାଙ୍କୁ ତ୍ରିବେନ୍ଦ୍ରମ୍ ମେଡିକାଲ କଲେଜ୍ରେ ଭର୍ତ୍ତି କରାଯାଇଥିଲା।
ଥରୁର୍ଙ୍କୁ ହସ୍ପିଟାଲ୍ରେ ଭେଟିଲେ ସୀତାରମଣ
/sambad/media/post_attachments/wp-content/uploads/2019/04/sashiii.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)