ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଯୋଧପୁର ବିମାନ ଘାଟିରୁ ଲଢୁଆ ବିମାନ ସୁଖୋଇ ୩୦ ଏମ୍କେଆଇରେ ଉଡ଼ି ରେକର୍ଡ କରିବା ସହ ବିରଳ ଅନୁଭୂତି ସାଉଁଟିଛନ୍ତି। ସେନାବାହିନୀର ଅଭ୍ୟାସ ଏବଂ ଯୁଦ୍ଧ ବିମାନର କ୍ଷମତା ସମୀକ୍ଷା ପାଇଁ ଯୋଧପୁର ଯାଇଥିବା ସୀତାରମଣ ଦେଶର ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଭାବେ ଏହି ଲଢୁଆ ବିମାନରେ ଉଡ଼ାଣ କରିଛନ୍ତି। ପାଇଲଟ୍ମାନେ ପରିଧାନ କରୁଥିବା ଜି-ସୁଟ ପିନ୍ଧି ସେ ବିମାନ ପାଇଲଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଡ଼ାଣ କରିଥିଲେ। ବିମାନ ପରିଚାଳନା ଦାୟିିତ୍ୱରେ ଥିବା ସମସ୍ତ ସେନା କର୍ମୀ କିଭଳି ଆଶୁ ପରିସ୍ଥିତିର ସାମ୍ନା କରନ୍ତି ଆଉ ସେଥିପାଇଁ କେତେ ଅଭ୍ୟାସ ଆଉ ସଜାଗ ହୋଇ ରହିବାକୁ ପଡ଼େ ତାହା ସେ ପ୍ରତ୍ୟକ୍ଷ ଭାବେ ଜାଣିବାକୁ ପାଇଲେ ବୋଲି ଉଡ଼ାଣ ପରେ କହିଛନ୍ତି।
ସୁଖୋଇରେ ସୀତାରମଣ
/sambad/media/post_attachments/wp-content/uploads/2018/01/Defence-Minister-in-Sukhoi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)