ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମନ୍ତ୍ରୀଙ୍କ ଉପରେ ବର୍ଷିଲେ ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ, ସମାଲୋଚନା କଲେ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା ପରେ ଚାଲିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ନିଜର କ୍ରୋଧ ଦେଖାଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ସୂଚନା ମୁତାବକ, ଗତକାଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କର୍ଣ୍ଣାଟକର କୋଡାଗୁ ଜିଲ୍ଲା ଗସ୍ତ କରିଥିଲେ । ସେଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମନ୍ତ୍ରୀ ସା-ରା ମହେଶଙ୍କ ଉପରେ ହଠାତ୍ ରାଗି ଯାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରାମ । ତେବେ କାହିଁକି ରାଗିଗଲେ ନିର୍ମଳା ତାହାର ସଂପୂର୍ଣ୍ଣ ଘଟଣାକ୍ରମ କ୍ୟାମେରାରେ କଏଦ ହୋଇଛି ।

ତେବେ କୋଡାଗୁ ଜିଲ୍ଲାରେ ଭୁସ୍ଫଳନ ଏବଂ ବନ୍ୟା ପ୍ରଭାବରେ ୧୬ରୁ ୧୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ କ୍ଷୟକ୍ଷତି ହୋଇଛି । ଏଭଳି ସ୍ଥିତିରେ ଭାରତୀୟ ସେନାର ଉଦ୍ଧାରକାର୍ଯ୍ୟ କିଭଳି ରହିଛି ଏବଂ କ’ଣ ସୁଧାର ଆସିଛି ଏ ନେଇ ସମ୍ପୂର୍ଣ୍ଣ ରିପୋର୍ଟ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପିତ କରିବାର କାର୍ଯ୍ୟକ୍ରମ ଥିଲା । ତେବେ ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ହେବାରୁ ରାଜ୍ୟ ମନ୍ତ୍ରୀ ସା-ରା ମହେଶ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳାଙ୍କୁ ସମ୍ବାଦିକ ସମ୍ମିଳନୀକୁ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ ।

Times Now Hindi

କିନ୍ତୁ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ହଠାତ୍ ରାଜ୍ୟ ମନ୍ତ୍ରୀ ସା-ରା ମହେଶଙ୍କ ଉପରେ ରାଗି ଯାଇ ନିଜ ଉପରୁ ନିୟନ୍ତ୍ରଣ ହରାଇ ପ୍ରତିରକ୍ଷାମନ୍ତ୍ରୀ ସୀତରମଣ ରାଜ୍ୟ ମନ୍ତ୍ରୀ ସା-ରା ମହେଶଙ୍କ ଉପରେ ବର୍ଷି କହିଥିଲେ, “ମୁଁ କେନ୍ଦ୍ରମନ୍ତ୍ରୀ ହୋଇ ଜଣେ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀର ଉପଦେଶ ପାଳନ କରୁଛି । ଯାହା କେବେ ବିଶ୍ୱାସ କରି ହେବନି।’ ପ୍ରତିରକ୍ଷାମନ୍ତ୍ରୀ ସୀତରମଣ ତାତ୍ସଲ୍ୟ କରି କହିଥିଲେ, ‘ଆପଣ ଦେଇଥିବା କାର୍ଯ୍ୟସୂଚୀକୁ ମୁଁ ମିନିଟ୍ ପରେ ମିନିଟ୍ ଅନୁସରଣ କରୁଛି, ପୁଣି କ’ଣ କହୁଛନ୍ତି?’

ପ୍ରତିରକ୍ଷାମନ୍ତ୍ରୀ ସୀତରମଣ କ୍ରୋଧିତ ରୂପ ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି।। ତାଙ୍କର ଏଭଳି ଆଚରଣକୁ ସମାଲୋଚନା କରିଛନ୍ତି କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଜି.ପରମେଶ୍ବର। ସେ କହିଛନ୍ତି, ‘ଆମେ କେନ୍ଦ୍ରମନ୍ତ୍ରୀଙ୍କଠାରୁ କୌଣସି ଗୁଣରେ କମ୍ ନୁହେଁ, ଆମେ ସେମାନଙ୍କର ପାର୍ଟନର। ରାଜ୍ୟ ସରକାର ସମ୍ବିଧାନଠାରୁ କ୍ଷମତା ପାଇଛନ୍ତି, କେନ୍ଦ୍ର ସରକାରଙ୍କଠାରୁ ନୁହେଁ।’ ଏଥିସହ ଉପ-ମୁଖ୍ୟମନ୍ତ୍ରୀ ପରମେଶ୍ବର ପ୍ରତିରକ୍ଷାମନ୍ତ୍ରୀଙ୍କ ଏପରି ଆଚରଣକୁ ‘ନୈରାଶ୍ୟଜନକ’ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର