ରାଜନାଥଙ୍କ ରାଫେଲ ପୂଜାକୁ ସୀତାରମଣଙ୍କ ସମର୍ଥନ

ନୂଆଦିଲ୍ଲୀ : ଗତ ୮ ତାରିଖ ଦିନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରାଫେଲ ବିମାନ ଗ୍ରହଣ କରିବା ବେଳେ କରିଥିବା ଶସ୍ତ୍ରପୂଜାକୁ ସମର୍ଥନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ତାହା ଏକ ଅନ୍ଧବିଶ୍ୱାସ ନୁହେଁ, ବରଂ ଏକ ଭାରତୀୟ ପରମ୍ପରା ଓ ବିଶ୍ୱାସ । ଏହାକୁ ଆପଣ ଅନ୍ଧବିଶ୍ୱାସ ଭାବିପାରନ୍ତି, କିନ୍ତୁ ଯେଉଁମାନଙ୍କର ବିଶ୍ୱାସ ଅଛି ସେମାନଙ୍କ ପାଇଁ ଏହାର ମହତ୍ତ୍ୱ ଅଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ( ଏକେ ଆଣ୍ଟୋନୀ)ଙ୍କ ପତ୍ନି ତାଙ୍କ ଧର୍ମ ବିଶ୍ୱାସ ଅନୁସାରେ ଏକ ନୌସେନା ଜାହାଜର ପୂଜା କରିଥିଲେ । ସେତେବେଳେ କେହି ଅନ୍ଧବିଶ୍ୱାସ ବୋଲି କହିନଥିଲେ । ଏବେ କାହିଁକି କହୁଛନ୍ତି ?

ସୂଚନାଯୋଗ୍ୟ ଯେ ରାଜନାଥ ସିଂ ଫ୍ରାନ୍ସରେ ରାଫେଲ ଗ୍ରହଣ କରିବା ପରେ ସେଥିରେ ସିନ୍ଦୁରରେ ଓମ ଲେଖିବା ସହ ତାହା ଉପରେ ନଡିଆ ଓ ଚକ ତଳେ ଲେମ୍ବୁ ରଖିଥିଲେ । ଏହାକୁ ନେଇ ବିରୋଧୀ ଦଳ ସମାଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର