ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ତାଙ୍କୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ଦେଇଥିଲା, କିନ୍ତୁ ପାଣ୍ଠି ଅଭାବରୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ମନ୍ତ୍ରୀ କହିଛନ୍ତି ଯେ ବିଜେପି ସଭାପତି ଜେପି ନଡ୍ଡା ତାଙ୍କୁ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁରୁ ନିର୍ବାଚନ ଲଢ଼ିବାର ବିକଳ୍ପ ଦେଇଥିଲେ। କିନ୍ତୁ ବହୁତ ଚିନ୍ତା କରିବା ପରେ ସେ ମନା କରିଦେଇଥିଲେ । ନିର୍ମଳା ସୀତାରମଣ ଏବେ କର୍ଣ୍ଣାଟକରୁ ରାଜ୍ୟସଭା ସଦସ୍ୟ ଅଛନ୍ତି।
ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି "ସପ୍ତାହେ କିମ୍ବା ୧୦ ଦିନ ଚିନ୍ତା କରିବା ପରେ, ମୁଁ କେବଳ ଏହା କହିବାକୁ ଫେରିଲି ଯେ ମୋ ଦ୍ବାରା ତାହା ହେବ ନାହିଁ । ମୁଁ ତାମିଲନାଡ଼ୁରୁ ଲଢେ କିମ୍ବା ଆନ୍ଧ୍ରପ୍ରଦେଶରୁ, ବିଜୟ ମାନଦଣ୍ଡକୁ ନେଇ ପ୍ରଶ୍ନ ପଚରାଯିବ-ଆପଣ ଏହି ସମ୍ପ୍ରଦାୟର ଅଟନ୍ତି ନା ଆପଣ ସେହି ଧର୍ମର ଅଟନ୍ତି? ଆପଣ ସେଠାରୁ ଆସିଛନ୍ତି କି? ଏଣୁ ମୁଁ ତାହା କରିପାରିବି ନାହିଁ ବୋଲି ଭାବିଲି ।"
ସେ କହିଛନ୍ତି, “ଦଳ ମୋ ଯୁକ୍ତିକୁ ଗ୍ରହଣ କରିଥିବାରୁ ମୁଁ ବହୁତ କୃତଜ୍ଞ। ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ ମଧ୍ୟ କାହିଁକି ପର୍ଯ୍ୟାପ୍ତ ଅର୍ଥ ନାହିଁ ବୋଲି ପଚରାଯିବାରୁ ସେ କହିଛନ୍ତି ଯେ ଭାରତର ପାଣ୍ଠି ତାଙ୍କର ନୁହେଁ। " ଦରମା ମୋର, ରୋଜଗାର ମୋର, ସଞ୍ଚୟ ମୋର, କିନ୍ତୁ ଭାରତର ସଂଚିତ ପାଣ୍ଠି ମୋର ନୁହେଁ," ।