ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଭୀଷଣ ଓ ଭୟଙ୍କର ହେବ ସାମୁଦ୍ରିକ ବାତ୍ୟା ‘ସିତ୍ରାଂ’: ଆଇଏମଡି

ନୂଆଦିଲ୍ଲୀ: ସଂପ୍ରତି ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ସାମୁଦ୍ରିକ ବାତ୍ୟା ‘ସିତ୍ରାଂ’ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୩୧ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରୁଛୁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ବୁଲେଟିନ୍‌ରେ କୁହାଯାଇଛି।

ଆଇଏମଡି ପକ୍ଷରୁ ଜାରି ଜାତୀୟ ବୁଲେଟିନ୍‌ ନଂ ୧୪ରେ କୁହାଯାଇଛି ଯେ ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହ ଏକ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବା ସହ ଆହୁରି ତୀବ୍ର ଓ ଭୀଷଣ ହେବାର ସମ୍ଭାବନା ରହିଛି। ଏହା ପରେ ସାମୁଦ୍ରିକ ବାତ୍ୟା ‘ସିତ୍ରାଂ’ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ନିଜର ଗତି ଜାରି ରଖିବା ସହ ଅକ୍ଟୋବର ୨୫ ତାରିଖ ସକାଳେ ତିଙ୍କୋନା ଦ୍ୱୀପ ଏବଂ ସାନ୍ଦ୍ୱୀପ୍‌ ନିକଟରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ସେଥିପାଇଁ, ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରିଆସିବା ପାଇଁ କୁହାଯିବା ସହ ପର୍ଯ୍ୟଟକମାନଙ୍କୁ ସମୁଦ୍ରଠାରୁ ଦୂରେଇ ରହିବାକୁ ସତର୍କ କରାଇ ଦିଆଯାଇଛି।

ସମ୍ବନ୍ଧିତ ଖବର