ଚୀନ୍ ସହ ଆମର ସୀମାନ୍ତ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି: ସେନାମୁଖ୍ୟ ନରୱଣେ

ନୂଆଦିଲ୍ଲୀ: ଚୀନ୍ ସହ ଭାରତର ସୀମାନ୍ତ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କଥା ଶନିବାର ଦିନ ସେନାମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ କହିଛନ୍ତି। ନରୱଣେ କହିଛନ୍ତି ଯେ ସମସ୍ତରୀୟ ସ୍ଥାନୀୟ କମାଣ୍ଡର୍‌ଙ୍କ ମଧ୍ୟରେ ବୈଠକ ହେବା ପରେ ଚୀନ୍ ଓ ଭାରତ ମଧ୍ୟରେ ଉଚ୍ଚସ୍ତରୀୟ ପ୍ରତିନିଧିମାନଙ୍କ ମଧ୍ୟରେ ଆଲୋଚନା ଚାଲିଛି।

ସେନାମୁଖ୍ୟ ନରୱଣେ କହିଛନ୍ତି ଯେ ଭାରତ ଓ ଚୀନ୍ ମଧ୍ୟରେ ଦେଖା ଦେଇଥିବା ମତପାର୍ଥକ୍ୟ ଆଲୋଚନା ଦ୍ବାରା ମେଣ୍ଟିପାରିବ ବୋଲି ଆଶା। ସେ କହନ୍ତି, ଆମେ ଆଶାବାଦୀ ଯେ ଆମେ ଚଳାଇଥିବା ଆଲୋଚନା ମାଧ୍ୟମରେ ଆମ ମଧ୍ୟରେ ଥିବା ସମସ୍ତ ମତପାର୍ଥକ୍ୟ ମେଣ୍ଟିଯିବ। ସବୁ ନିୟନ୍ତ୍ରଣାଧୀନ ରହିଛି।

Image Courtesy of Hindustan Times

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ସୀମାନ୍ତ ସେନାଙ୍କ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ନିମନ୍ତେ ମେଜର୍ ଜେନେରାଲ୍ ସ୍ତରୀୟ ଅଧିକାରୀଙ୍କ ନେତୃତ୍ବରେ ଶୁକ୍ରବାର ଦିନ ପୂର୍ବ ଲଦାଖରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ଚାଲିଥିଲା। ମେ ୫ ଓ ୬ ତାରିଖ ଦିନ ପାନଙ୍ଗୋଙ୍ଗ୍ ସୋ ନିକଟରେ ଦୁଇ ଦେଶର ପାଟ୍ରୋଲ୍ ଟିମ୍‌ଙ୍କ ମଧ୍ୟରେ ବିବାଦ ହୋଇଥିବା ବିବାଦର ସମାଧାନ ପାଇଁ ଏହି ଆଲୋଚନା ଚାଲିଛି। ଏହାବ୍ୟତିରେକେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶୁକ୍ରବାର ଦିନ ପୂର୍ବ ଲଦାଖରେ ଭାରତର ସାମରିକ ପ୍ରସ୍ତୁତି ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର