ହିମାଳୟରେ ଭାରତ-ଚୀନ ମଧ୍ୟରେ ସ୍ଥିତି ଗମ୍ଭୀର ରହିଛି : ଜୟଶଙ୍କର

ନୂଆଦିଲ୍ଲୀ: ଲଦାଖର ପଶ୍ଚିମ ହିମାଳୟ ରେଞ୍ଜରେ ଭାରତ ଓ ଚୀନ୍ ମଧ୍ୟରେ ସ୍ଥିତି ଗମ୍ଭୀର ଓ ବିପଜ୍ଜନକ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି । ଏହି ରେଞ୍ଜର କେତେକ ସ୍ଥାନରେ ସଶସ୍ତ୍ର ବାହିନୀ ପରସ୍ପରର ଅତି ନିକଟରେ ସାମନାସାମନି ମୁତୟନ ଅଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ଗତ ଡିସେମ୍ବର ମାସରେ ଦୁଇ ଦେଶ ମଧ୍ୟରେ ଥିବା ସୀମାର ପୂର୍ବ ସେକ୍ଟରରେ ସଂଘର୍ଷ ଘଟିଥିଲା, କିନ୍ତୁ ଏଥିରେ କେହି ମୃତାହତ ହୋଇନଥିଲେ । ଇଣ୍ଡିଆ ଟୁଡେ କନକ୍ଲେଭରେ ଜୟଶଙ୍କର କହିଛନ୍ତି, ମୋ ମନରେ ଏବେ ବି ସ୍ଥିତି ଅତ୍ୟନ୍ତ ସଂବେଦନଶୀଳ ରହିଛି କାରଣ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ଦୁଇ ଦେଶର ସେନା ପରସ୍ପରର ନିକଟରେ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୦ ଜୁନ ମାସରେ ଗଲଓ୍ବାନଠାରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହି ସଂଘର୍ଷରେ ୪ ଜଣ ପିଏଲଏ ସୈନ୍ୟ ନିହତ ହୋଇଥିବା ଚୀନ କହୁଛି । ତେବେ ବିଭିନ୍ନ ବିଦେଶୀ ଗୁଇନ୍ଦା ସଂସ୍ଥାଙ୍କ ରିପୋର୍ଟ ଅନୁସାରେ ଏଥିରେ ଚୀନର ୪୦ରୁ ଅଧିକ ସୈନିକ ନିହତ କିମ୍ବା ଆହତ ହୋଇଛନ୍ତି । କିନ୍ତୁ  ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା କୂଟନୈତିକ ଓ ସାମରିକ ଆଲୋଚନା ପରେ ଏବେ ପରିସ୍ଥିତି ଶାନ୍ତ ହୋଇଛି ।

 

ସମ୍ବନ୍ଧିତ ଖବର