ସୋମବାର ସନ୍ଧ୍ୟାରେ ଗୁଜୁରାଟ ଉପକୂଳ ଛୁଇଁବ ସାମୁଦ୍ରିକ ବାତ୍ୟା ତୌତେ: ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ସମୟ ବଢିବା ସହ ଭୟଙ୍କର ହେବାରେ ଲାଗିଛି ସାମୁଦ୍ରିକ ବାତ୍ୟା ତୌତେ | ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ତୌତେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତୀବ୍ର ହୋଇ ଗୁଜୁରାଟ ଉପକୂଳରେ ପହଞ୍ଚିବ। ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଏହା ଭବନଗର ଜିଲ୍ଲାର ପୋରବନ୍ଦର ଏବଂ ମହୁଭା ମଧ୍ୟରେ ରାଜ୍ୟ ଉପକୂଳ ଅତିକ୍ରମ କରିବ ବୋଲି ଆଇଏମଡି ରବିବାର ନିଜର ଶେଷ ବୁଲେଟିନରେ କହିଛି।

ଗୁଜୁରାଟରେ ଏନେଇ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ)ର ୭୯ଟି ଟିମକୁ ନିୟୋଜିତ କରିଛି | ଏହା ସହ ୨୨ଟି ଅତିରିକ୍ତ ଦଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି | ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସେନା, ନୌସେନା ଏବଂ ତଟରକ୍ଷୀ ବାହିନୀର ଉଦ୍ଧାରକାରୀ ଏବଂ ରିଲିଫ୍ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି |

ଏହି ଘୂର୍ଣ୍ଣିବଳୟ ତୀବ୍ର ହେବା ସହିତ ପୋରବନ୍ଦର, ଜୁନାଗଡ, ଗିର ସୋମନାଥ ଏବଂ ଆମରେଲି ଜିଲ୍ଲାରେ ପବନର ବେଗ ମଙ୍ଗଳବାର ସକାଳ ସୁଦ୍ଧା ୧୫୦-୧୬୦ କିଲୋମିଟର ରହିବା ସହ ଧିରେ ଧିରେ ଏହାର ବେଗ ୧୭୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବ। ସମାନ ସମୟ ମଧ୍ୟରେ ଏହା ଦେବଭୂମି ଦ୍ୱାରକା, ଜାମନଗର, ଭବନଗର ଜିଲ୍ଲାରେ ପବନର ବେଗ ୧୨୦-୧୫୦ କିଲୋମିଟର ରହିବା ସହ ଧିରେ ଧିରେ ଏହାର ବେଗ ୧୬୫ କିଲୋମିଟର ବେଗରେ ପହଞ୍ଚିବ ବୋଲି ଆଇଏମଡି କହିଛି। ସୋମବାର ସକାଳରୁ ଦକ୍ଷିଣ ଗୁଜୁରାଟ ଉପକୂଳରେ ସମୁଦ୍ର ଅଶାନ୍ତ ରହିବ ବୋଲି କହିଛି ଆଇଏମଡି |

Cyclone Tauktae intensifying into 'very severe cyclonic storm', here are  latest developments | India News | Zee News
Zee News

ତେବେ ସାମୁଦ୍ରିକ ବାତ୍ୟା ତୌତେ କାରଣରୁ କର୍ଣ୍ଣାଟକର ୬ଟି ଜିଲ୍ଲାରେ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୭୩ଟି ଗାଁ ବିଧ୍ବସ୍ତ ହୋଇଯାଇଥିବା କଥା ରବିବାର ଦିନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛି। ୬ଟି ଜିଲ୍ଲାରୁ ୩ଟି ‌ଉପକୂଳବର୍ତ୍ତୀ ଅଞ୍ଚଳରେ ହୋଇଥିବା ବେଳେ ବାକି ୩ଟି ପଶ୍ଚିମଘାଟର ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ।

ସମ୍ବନ୍ଧିତ ଖବର