କାଠମାଣ୍ଡୁ: ଗଡିଛି ଗାଡି, ଖୋଲିଛି ଦୋକାନ ବଜାର । କାଁ ଭାଁ ନୁହେଁ ପୂର୍ଣ୍ଣ ମାତ୍ରାରେ ସ୍ବାଭାବିକ ହୋଇଛି ସବୁକିଛି । ରାସ୍ତାରେ ବାଇକ୍ ଗଢିଛି, ସ୍କୁଲ ବସ୍ ଗଡ଼ିଛି । ଅଫିସକୁ କର୍ମଚାରୀ ଫେରିଛନ୍ତି, ହୋଟେଲରକୁ ଗ୍ରାହକ ବି ଯାଇଛନ୍ତି । ରାସ୍ତାରେ ପଥିକ, ଯାତ୍ରୀ, ବିକ୍ରେତା, ଦୋକାନୀ ସମସ୍ତଙ୍କର ଉପସ୍ଥିତି ଦେଖିବାକୁ ମିଳିଛି । ପୂର୍ବରୁ ନେପାଳର ଚିତ୍ର ଯାହା ଥିଲା, କାଠମାଣ୍ଡୁରେ ପୂର୍ବରୁ ଜନଜୀବନ ଯେମିତି ଥିଲା ପୁଣି ଥରେ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି । ଯଦିଓ ରାସ୍ତାର ସ୍ଥାନେ ସ୍ଥାନେ ଟାୟାର ପୋଡିବାର କଳା ଦାଗ ରହିଛି ଯାହା ହିଂସା ଦିନର କଥା ମନେପକାଇ ଦେଉଛି ମାତ୍ର ସେ ଦାଗ ଧିରେଧିରେ ଲିଭିବାକୁ ବସିଛି । ଭଉୟ ନେପାଳ ରାସ୍ତାରୁ ଏବଂ ଲୋକଙ୍କ ମନରୁ ।
#WATCH | Nepal: Visuals from Kathmandu city this morning as the streets see a gradual return to normalcy, days after violent anti-corruption protests.
— ANI (@ANI) September 14, 2025
Nepal's former Chief Justice, Sushila Karki has taken over as the interim Prime Minister of the country. pic.twitter.com/YzDRyXXmjf
କାରଣ ସୁଶୀଳାଙ୍କ ହାତରେ ନେପାଳର ଭାଗ୍ୟ ରହିବା ପରେ ଏବେ ସମସ୍ତେ ଖୁସି ଅଛନ୍ତି । ସୁଶୀଳା ଅନ୍ତରୀଣ ପ୍ରଧାନମନ୍ତ୍ରୀ ରହିଥିବା ବେଳେ ତାଙ୍କ ଠାରୁ ଅନେକ କିଛି ଆଶା ରଖିଛନ୍ତି ଜେନ୍ ଜେଡର ଗୋଷ୍ଠୀ । ଦେଶରୁ ବେରୋଜଗାର ହଟିବ ବୋଲି ଆଶା ରଖାଯାଇଛି ।
ସେପଟେ ନେପାଳରେ ସ୍ଥିତି ସୁଧୁରୁଥିବା ବେଳେ ଭାରତ-ନେପାଳ ସୀମାରେ ବି ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ସୀମାରେ ଲୋକେ ପୁଣିଥରେ ଯାତାୟତ ଆରମ୍ଭ କରିଛନ୍ତି । ରୁପିଡିହା ସୀମାରେ ଯାନବାହନ ଚଳାଚଳ କରିବା ସହ ପାଦରେ ଚାଲିଚାଲି ଲୋକେ ଯାଉଥିବା ଦେଖିବାକୁ ମିଳିଛି । ସମସ୍ତଙ୍କ ପରିଚୟ ପତ୍ର ଯାଞ୍ଚ କରି ଛଡାଯାଉଥିବା ଦେଖିବାକୁ ମିଳିଛି ।
ଗୋଟେ ପଟେ ନେପାଳ ସ୍ବାଭାବିକ ସ୍ଥିତିକୁ ଫେରୁଥିବା ବେଳେ ଅନ୍ୟପଟେ ନେପାଳ ଜେଲରୁ ଖସି ଆସିଥିବା କଏଦୀଙ୍କ ପାଇଁ ଚିନ୍ତାରେ ଥିଲା ଭାରତ ଆଉ ସେଥିପାଇଁ ସୀମାରେ କଡା ସୁରକ୍ଷା ଦେବା ସହ ପଇଁତରା ମାରୁଥିଲେ ସୁରକ୍ଷା ବଳ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/14/kathamandu-2025-09-14-12-19-25.jpg)