ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ଅହମଦାବାଦ୍ରେ ଗରିବ ଏବଂ ବସ୍ତି ବାସିନ୍ଦାଙ୍କ ଘର ଲୁଚାଇବାପାଇଁ ଏକ ୱାଲ୍ ନିର୍ମାଣ କରିବାକୁ ଯୋଜନା ହୋଇଛି। ତେବେ ଏହି ୱାଲ୍ ନିର୍ମାଣ କାର୍ଯ୍ୟକ୍ରମକୁ ଶିବସେନା ବିରୋଧ କରିଛି। ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରି ଶିବସେନା କହିଛି ଯେ, ଟ୍ରମ୍ପ୍ଙ୍କ ଗସ୍ତ ପାଇଁ ଯେଉଁଭଳି ପ୍ରସ୍ତୁତି କରାଯାଉଛି ତାହା ଭାରତୀୟଙ୍କ ଦାସତ୍ବ ମାନସିକତାର ପରିପ୍ରକାଶ। ଟ୍ରମ୍ପ୍ଙ୍କ ଭାରତ ଗସ୍ତ ଜଣେ ସମ୍ରାଟଙ୍କ ଗସ୍ତ ପରି ହେଉଛି। ଶିବସେନାର ପତ୍ରିକା ‘ସାମ୍ନା’ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଗରିବି ହଟାଓ ସ୍ଲୋଗାନ୍କୁ ଆଧାର କରି କୁହାଯାଇଛି ଯେ, ସମୟ ଥିଲା ‘ଗରିବୀ ହଟାଓ’ ସ୍ଲୋଗାନ୍କୁ ସମାଲୋଚନା କରାଯାଉଥିଲା କିନ୍ତୁ ଏବେ ‘ଗରିବୀ ଛୁପାଓ’ ନୂଆ ଏଜେଣ୍ଡା ହୋଇଛି। ଟ୍ରମ୍ପ୍ଙ୍କ ଗୁଜରାଟ ଗସ୍ତ ୩ ଘଣ୍ଟା ପାଇଁ। କିନ୍ତୁ ଏଥିପାଇଁ ଦେଶର ରାଜକୋଷରୁ ୧୦୦ କୋଟି ଖର୍ଚ୍ଚ ହେଉଛି। ଟ୍ରମ୍ପ୍ଙ୍କ ଗସ୍ତ ପାଇଁ ଅହମଦାବାଦ୍ରେ ୧୭ଟି ନୂଆ ରାସ୍ତା ମଧ୍ୟ ନିର୍ମାଣ ହେଉଛି ଏବଂ ଗରିବି ଲୁଚାଇବାପାଇଁ ୱାଲ୍ ନିର୍ମାଣ ହେଉଛି। ଏହି ୱାଲ୍ ପାଇଁ କିଏ ଖର୍ଚ୍ଚ କରୁଛି ଏବଂ ଟ୍ରମ୍ପ୍ଙ୍କ ଗସ୍ତ ପରେ ଏହି ୱାଲ୍ ରହିବ କି ଭଙ୍ଗାଯିବ ସେନେଇ ଶିବସେନା ପ୍ରଶ୍ନ ଉଠାଇଛି।
ଗସ୍ତ କାର୍ଯ୍ୟକ୍ରମ ସମୟରେ ଗରିବୀ ଲୁଚାଇବାକୁ ପ୍ରୟାସ, ମୋଦୀ ସରକାରକୁ ଶିବସେନାର କଡ଼ା ସମାଲୋଚନା
/sambad/media/post_attachments/wp-content/uploads/2020/02/download-1-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)