ମୁମ୍ବାଇ: ଗତକାଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦୀଘ ଏକ ଘଣ୍ଟାରୁ ଊର୍ଧର୍୍ୱ ସମୟ ଧରି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ତାଙ୍କ ‘ମାତୋଶ୍ରୀ’ ବଙ୍ଗଳାରେ ୨୦୧୯ ନିର୍ବାଚନରେ ଭାଜପା ସହିତ ମେଣ୍ଟ କରିବା ପାଇଁ ବୁଝାଇବା ପରେ ଆଜି ଶିବସେନା ପକ୍ଷରୁ ଯେଉଁ ବୟାନ ଆସିଛି ତାହା ବିଜେପିକୁ ଯେ ଯଥେଷ୍ଟ ବଡ଼ ଝଟକା ଦେଇଛି ଏହା କୁହାଯାଇ ପାରେ। ଶିବସେନା ମୁଖପାତ୍ର ସଞ୍ଚୟ ରାଉତ ଆଜି ପୁଣି ଥରେ କହିଛନ୍ତି ଯେ ଦଳ ଏହାର ପୂର୍ବ ସଂକଳ୍ପ ଅନୁଯାୟୀ, ଉଭୟ ବିଧାନସଭାର ଓ ୨୦୧୯ ଲୋକସଭା ନିର୍ବାଚନ ଶିବସେନା ଏକୁଟିଆ ଲଢ଼ିବ।
ସୂଚନାଯୋଗ୍ୟ ଯେ ୨୦୧୪ ସାଧାରଣ ନିର୍ବାଚନରେ ଭାଜପା- ଶିବସେନା ମେଣ୍ଟ ହୋଇଥିବା ସତ୍ତ୍ୱେ ଉଭୟ ଦଳ ମହାରାଷ୍ଟ୍ରରେ ନିଜର ଆଧିପତ୍ୟ ଜାହିର କରିବାକୁ ଲାଗି ପଡ଼ିଥିଲେ। ଫଳରେ ଧୀରେ ଧୀରେ ଭାଜପା- ଶିବାସେନା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ତେବେ ୨୦୧୮ରେ ହୋଇଥିବା ବିଭିନ୍ନ ଉପନିର୍ବାଚନରେ ଭାଜପାର ପରାଜୟ ସାଙ୍ଗକୁ ଅଣଭାଜପା ଦଳଗୁଡ଼ିକ ଏକତ୍ରୀତ ହୋଇ ମେଣ୍ଟ କରି ବିଜେପିକୁ ୨୦୧୯ ନିର୍ବାଚନରେ ମାତ୍ ଦେବା ପାଇଁ ଜୋରଦାର ଉଦ୍ୟମ ଚଳାଇଥିବା ବେଳେ ଭାଜପା ତାର ପୁରୁଣା ସହଯୋଗୀଙ୍କୂୁ ପୁଣି ଥରେ ସେଙ୍ଖୋଳିବା କାର୍ଯ୍ୟ ଆରମ୍ଭ କରିଛି। ଏହିକ୍ରମରେ ଗତକାଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ। ତେବେ ଭାଜପା ପକ୍ଷରୁ ମେଣ୍ଟ ନେଇ ଶିବସେନାକୁ ବିଭିନ୍ନ ପ୍ରଲୋଭନ ଦେଖା ଯାଇଥିିବା ବେଳେ ଆଜି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ସ୍ପଷ୍ଟ କରିଦେଇଛନ୍ତି ଯେ ଆଗାମୀ ୨୦୧୯ ନିର୍ବାଚନରେ ଶିବସେନା କାହା ସହିତ ମେଣ୍ଟ ନ କରି ଏକୁଟିଆ ଲଢ଼ିବ। ଏହା ବିଜେପି ପାଇଁ ବର୍ତ୍ତମାନ ଚିନ୍ତାର କାରଣ ହୋଇଛି।
ଭାଜପାକୁ ଝଟକା: ଶିବସେନା ଏକୁଟିଆ ନିର୍ବାଚନ ଳଢ଼ିବ ବୋଲି ଘୋଷଣା କଲା
/sambad/media/post_attachments/wp-content/uploads/2018/06/haha-thakre.jpg)